ଆଳି ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣୀ – ୧୬୦ ଅଭିଯୋଗ ପଞ୍ଜିକୃତ..

ଆଳୀ,୨୩/୦୬/୨୦୨୫ (ଓଡ଼ିଶା ସମାଚାର)-ଆଳି ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆଜି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୦.୩୦ ମି.ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ଜନଶୁଣାଣୀରେ ମୋଟ ୧୬୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୧୫ ଟି ସାମୂହିକ ହୋଇଥିବା ବେଳେ ୧୪୫ ଟି ବ୍ୟକ୍ତିଗତ ଥିଲା ।

ସେଗୁଡିକ ମଧ୍ୟରେ ଆବାସ ଯୋଜନାରେ ଘରପାଇଁ ଆବେଦନ, ବାର୍ଦ୍ଧକ୍ୟ ଭତ୍ତା, ଖାଉଟି କାର୍ଡ ଉପରେ ଅଧିକ ଅଭିଯୋଗ ଥିଲା ଏହାଛଡା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣଙ୍କୁ ୩୦୦୦/- ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଆଜିର ଏହି ଜନଶୁଣାଣୀରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଙ୍କ ସମେତ ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣୀ କରିଥିଲେ । ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୩୦ ଜୁନରେ ମହାକାଳପଡ଼ା ପଂଚାୟତ ସମିତି କାର୍ଯ୍ୟାଳୟଠାରେ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *