ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା ୧୫/୦୫/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ବୁଦ୍ଧିଜୀବୀ ସାରସ୍ୱତ ସେବା ସଂଗଠନ ଆନୁକୂଲ୍ୟରେ ସହିଦ ଭବନ ମଣିଯୋରୀ ଠାରେ ଦୁଇଜଣ ଦିବଂଗତ  ଧର୍ମପ୍ରାଣ ବ୍ୟକ୍ତି ମଧୁସୂଦନ ଦାସ ଓ ବିଶିଷ୍ଟ ଶିକ୍ଷାବିତ ଚିତ୍ତରଞ୍ଜନ ରାଉତଙ୍କ ସ୍ମୃତି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହିମାଧର୍ମର ଗବେଷକ ଡକ୍ଟର ଏକାଦଶୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତ, ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଜନାର୍ଦନ ରାଉତ, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ନାୟକ, ଶିକ୍ଷାବିତ ଅକ୍ଷୟ କୁମାର ରାୟ ଚୌଧୁରୀ,ସାହିତ୍ୟିକ ଅଖିଳେଶ ପଦ ମହାନ୍ତି, ସମାଜସେବୀ ହରିବନ୍ଧୁ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାନବ ଜୀବନ ସବୁବେଳେ ଉତ୍ସର୍ଗୀକୃତ ହେଉ ବୋଲି ଆହ୍ୱାନ ଦେଇଥିଲେ ।

  ଏହି ସ୍ମୃତି ଉତ୍ସବରେ କବି ଅକ୍ଷୟ କୁମାର ଖଟୁଆ,ରଘୁନାଥ ବେଦାନ୍ତ, ରାଜକିଶୋର ଜେନା,ଅରକ୍ଷିତ ପ୍ରଧାନ, ଭାଗ୍ୟଧର ନାୟକ,ସାମ୍ବାଦିକ ଧନେଶ୍ୱର ସେଠୀ, ସାମ୍ବାଦିକ ବିଜୟ କୁଅଁର, ରାଜକିଶୋର ଜେନା,ଜାନକୀ ବଲ୍ଲଭ ସ୍ୱାଇଁ, ରାମଚନ୍ଦ୍ର ବେହେରା,ଅନନ୍ତ ମହାରଣା ପ୍ରମୁଖ ସ୍ବର୍ଗତ ଦାସ ଏବଂ ସ୍ବର୍ଗତ ରାଉତଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।

 ସରୋଜ କୁମାର ସାହୁ ଏବଂ ତାଙ୍କ ସାଥିମାନେ ଶୋକ ସଂଗୀତ ଗାନ କରିଥିଲେ । ସମାଜସେବୀ ନଳିନୀକାନ୍ତ ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ  କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଭୟ କିଶୋର ନାୟକ, ଶରତ ଦାସ ,ଅପୂର୍ବ ମହାନ୍ତି, ବିଜୟ ନାୟକ, ଭାଗ୍ୟଧର ନାୟକ,ମହେନ୍ଦ୍ର ଦାସ, ପର୍ଶୁରାମ ସେଠୀ, ରମେଶ ସାହୁ ପ୍ରମୁଖ ଦିବଂଗତ ପୁରୁଷଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *