ମହିଳା ସଂରକ୍ଷଣ ଆଇନ ଦାବି ରେ କଂଗ୍ରେସର ମଶାଲ ଶୋଭା ଯାତ୍ରା

ଲକ୍ଷ୍ମୀପୁର,୧୪/୦୫/୨୦୨୬ (ଓଡିଶା ସମାଚାର /ପ୍ରମୋଦ କୁମାର ଜେନା)- ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଲକ୍ଷ୍ମୀପୁର ବ୍ଲକ କଂଗ୍ରେସ କମିଟି ତରଫରୁ  ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ନିମନ୍ତେ ଏକ ବିଶାଳ ମଶାଲ ଶୋଭା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ଏହି ଶୋଭା ଯାତ୍ରାରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଯୋଗ ଦେଇ ବିଜେପି ସରକାର ଉପରେ ବର୍ଷି ଥିଲେ। ୩୩ ପ୍ରତିଶତ ମହିଳା ସଂରକ୍ଷଣ ଆଇନ କୁ ଲାଗୁ ନକରି ବିଜେପି ସରକାର ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଚି ତାର ପ୍ରତିବାଦ ରେ ଆଜି ମହିଳା ମାନଙ୍କୁ ନେଇ ଏଇ ଶୋଭା ଯାତ୍ରା ବାହାରିଛି ବୋଲି କହିଥିଲେ।

ଏଇ ଶୋଭା ଯାତ୍ରା ସ୍ଥାନୀୟ ରେଲୱେ ଛକରୁ ବାହାରି ନୂଆ ବଷ୍ଟାଣ୍ଡ ଠାରେ ପହଂଚି ଥିଲା। ବ୍ଲକ କଂଗ୍ରେସ ସଭାପତି କୈଳାସ ଖସଲାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭା ଯାତ୍ରାରେ ଜିଲ୍ଲା କଂଗ୍ରେସ ଉପ ସଭାପତି ନିରୁପମା ୱାଡେକା, ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ଖସଲା,ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ମଣ୍ଟି ଖରା,ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ବୁଲୁ ମାଣ୍ଡିଙ୍ଗା ଙ୍କ ସମେତ ସମସ୍ତ ପଞ୍ଚାୟତ ସଭାପତି ଓ ଅଂଚଳର ଶତାଧିକ ମହିଳା ମାନେ ଯୋଗ ଦେଇଥିଲେ। ସବୁରି ମୁହଁରୁ ସଂରକ୍ଷଣ ଲାଗୁ କର, ଆଜି କର ଓ ଏବେ କର ଶବ୍ଦରେ ଅଞ୍ଚଳ କମ୍ପି ଉଠିଥିଲା।

Leave a Reply

Your email address will not be published. Required fields are marked *