ଶିଳ୍ପପତିଙ୍କ ପରଲୋକ

ଭୁବନେଶ୍ୱର, ୧୭/୦୧/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସତ୍ୟନଗର ଅଞ୍ଚଳର ଶିଳ୍ପପତି ଶ୍ରୀ ନିଖିଲ ମହାନ୍ତି ଙ୍କ ୬୭ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସେ ଓଡ଼ିଶାର ପ୍ରତିଷ୍ଠିତ କୁକିସ୍ ବେକେରୀ ର ପ୍ରତିଷ୍ଠାତା ଥିଲେ । ସେ ବେକେରୀ ଶିଳ୍ପର ଅଗ୍ରଗତିରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ସେ ବସନ୍ତପୁର ଶିରିଡ଼ି ସାଇ ଚାରିଟେବଲ ଟ୍ରଷ୍ଟର ସଭାପତି ଥିଲେ । ସେ ଜଣେ ଧର୍ମପରାୟଣ ଓ ମିଷ୍ଟଭାସି ଲୋକ ଥିଲେ । ପୂରୀର ସ୍ୱର୍ଗ ଦ୍ଵାର ଠାରେ ତାଙ୍କର ଏକ ମାତ୍ର ପୁତ୍ର ପ୍ରିୟଦର୍ଶୀ ମହାନ୍ତି ମୁଖାଗ୍ନି ଦେଇ ତାଙ୍କର ଶେଷ କୃତ ସମ୍ପର୍ଣ୍ଣ କରିଥିଲେ ।
ନିଖିଲ ମହାନ୍ତି ଙ୍କ ଦେହାନ୍ତ ଖବର ପାଇ ଓଡ଼ିଶା ସମାଚାର ର ପ୍ରକାଶକ ତଥା ସମ୍ପାଦକ ଶ୍ରୀ ଦୀପ୍ତି ରଂଜନ କାନୁନଗୋ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *