କଟକ ସଦର, ୧୪/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତର ପୂର୍ବତନ ସରପଂଚ ଅନି ଓରଫ ଅନିରୁଦ୍ଧ ରାଉଳଙ୍କ ଆଜି ଗୁରୁବାର ଦିନ ୫୯ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡିଛି। ସିଏ ଜଣେ ମିଷ୍ଟଭାଷୀ ଅମାୟିକ ପରୋପକାରୀ ଥିବାରୁ ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ତାଙ୍କ ମୃତ୍ୟୁରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ପ୍ରଫୁଲ୍ଲ ସିଂହ, ପୂର୍ବତନ ସରପଂଚ ତଥା ବିଜେପି କୃଷକ ମୋର୍ଚ୍ଚା କଟକ ଜିଲ୍ଲା ସଭାପତି ନିର୍ମଳ ଦାସ, କଟକ ସଦର ଵିଚାର ମଞ୍ଚ ସଭାପତି ସୁବୋଧ ବେହେରା,ହଂସନାଥ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ
ଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି। ରାଜହଂସ ରାଉତ ସାହି ଗ୍ରାମ୍ୟ ସ୍ମଶାନ ରେ ସ୍ୱର୍ଗତ ଅନିରୁଦ୍ଧ ଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ ପୁଅ ସୈ।ମ୍ୟ ରଞ୍ଜନ ମୁଖାଗ୍ନୀ ଦେଇଥିଲେ।
