ଏକ ଦେଶ ଏକ ନିର୍ବାଚନ” ପାଇଁ ରାଜ୍ୟ ବ୍ୟାପୀ ଦସ୍ତଖତ ଅଭିଯାନ

ଭୁବନ ୦୪/୦୨/୨୦୨୬ (ଓଡ଼ିଶା ସମାଚାର)-  ଏକ ଦେଶ ଏକ ନିର୍ବାଚନର ରାଜ୍ୟବ୍ୟାପୀ ଦସ୍ତଖତ ଅଭିଯାନର ୩ୟ ଦିନରେ ଭୁବନ ବ୍ଲକ ମଠକରଗୋଳା ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ “ଏକ ଦେଶ ଏକ ନିର୍ବାଚନ”ର ରାଜ୍ୟ ସହ ସଂଯୋଜକ ଗୁଲସନ୍ କୁମାର ରାଉତ, ଭୁବନ ବ୍ଲକ ସଂଯୋଜକ ବ୍ରହ୍ମା ମଲ୍ଲିକ ଓ ମହାବିଦ୍ୟାଳୟର ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ଏଵଂ ପ୍ରବୀର କୁମାର ବିଶ୍ବାଳ ଅତିଥି ଭାବେ ଯୋଗଦେଇଥିଲେ ।

ବିଶ୍ବର ସର୍ବ ବୃହତ ଗଣତନ୍ତ୍ର ଦେଶ ହେଉଛି ଭାରତ । ମାତ୍ର ଏଠାରେ ବାରମ୍ବାର ନିର୍ବାଚନ ପକ୍ରିୟା ଯୋଗୁ ଅନେକ ସମସ୍ୟା ସୃଷ୍ଟି ହେଉଛି । ଏହାକୁ ବଦଳାଇ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ହେବା ଦ୍ବାରା ଦେଶରେ ନିର୍ବାଚନ ସଂସ୍କାର ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଅଛି । ଏହାଦ୍ବାରା ଦେଶ ଶକ୍ତିଶାଳୀ, ସ୍ଥିର ଓ ସମୃଦ୍ଧ ଭାରତ ହୋଇପାରିବ । ଭାରତ କୁ ଏକ ବିକଶିତ ରାଷ୍ଟ୍ରରେ ତୋଳି ଗଢିବାରେ ଯୁବ ପିଢୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ମଠକରଗୋଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ଉତ୍ସାହ ପୂର୍ଣ୍ଣ ଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *