ରାଜ୍ୟରେ ଦେଖାଦେଇଥିବା ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ଡିଜିପି ଅଫିସ ଘେରିଲା ବିଜେଡି

କଟକ ସଦର,୧୪/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଡଵଲ ଇଂଜିନ୍ ବିଜେପି ସରକାର ପାଇଁ ରାଜ୍ୟରେ ଦେଖାଦେଇଥିବା ସାମ୍ପ୍ରତିକ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଗୁରୁବାର ପୂର୍ବାହ୍ନରେ କଟକ ଜିଲ୍ଲା ବିଜୁ ଜନତା ଦଳ କଟକରେ ଥିବା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଫିସ ଘେରିଵା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି।

ଏହି ଅବସରରେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରି ଏକ ବଡ଼ ଶୋଭାଯାତ୍ରା ମାତାମଠ ଠାରୁ ବାହାରି ଡିଜିପି ଅଫିସ ସମ୍ମୁଖରେ ପହଞ୍ଚି ଥିଲା। ‘ଵିଜେପି କୁ ଭଣ୍ଡ ଜନତା ପାର୍ଟି’ କହିବା ସହିତ ‘ବିଜେପି ରାମଙ୍କ ନାଁ ନେଇ ରାବଣ ବେଶରେ ଆସି ରାଜ୍ୟରେ ଅରାଜକତା ସୃଷ୍ଟି କରୁଛି’ ବୋଲି ଭାଷଣ ପ୍ରସଙ୍ଗରେ କଟକ ସଦରର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଚନ୍ଦ୍ର ସାରଥି ବେହେରା କହିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭା ସାଂସଦ ସୁଲତା ଦେଓ,ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ରାଜ୍ୟ ଉପସଭାପତି ପ୍ରତାପ ଜେନା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,ସିଏମସି ମେୟର ସୁବାସ ସିଂହ, ନିଆଳି ର ପୂର୍ବତନ ବିଧାୟକ ଡଃ ପ୍ରମୋଦ ମଲ୍ଲିକ, ରାଜ୍ୟ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ,ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ, କଟକ ଜିଲ୍ଲା ବିଜୁ ମହିଳା ଦଳ ସଭାପତି ଅନିତା ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ସକିଲ, ସଂପାଦକ ଚିରଞ୍ଜୟ ସାହୁ, ସଂପାଦକ ପ୍ରଦୀପ୍ତ ଖୁଣ୍ଟିଆ ପ୍ରମୁଖ ବହୁ ପଦାଧିକାରୀ, ନେତା ଓ କର୍ମୀ ସାମିଲ ହୋଇଥିଲେ। ଆଗାମୀ ଦିନରେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ ବ୍ୟାପକ କରାଯିବ ବୋଲି ପ୍ରତାପ ଜେନା ସୂଚନା ଦେଇଥିଲେ। ସୁରକ୍ଷା ଦୃଷ୍ଟିରୁ ଡିଜିପି ଅଫିସ ସମ୍ମୁଖରେ ୨୧ ପ୍ଲାଟୁନ୍ ପୋଲିସ ବଳ ସହିତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *