ନିଖୋଜ ଯୁବକର ମୃତ ଦେହ ଉଦ୍ଧାର , ହତ୍ୟା  ସନ୍ଦେହ

ରାଜଗାଙ୍ଗପୁର ୧୨/୦୫/୨୦୨୬ (ଓଡ଼ିଶା ସମାଚାର)-ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ପଦା ଜାମପଲ୍ଲୀ ନିବାସୀ ବାବୁଲା ଡୁଙ୍ଗ ଡୁଙ୍ଗ ଗତ ଦୁଇ ଦିନ ତଳେ ନିଖୋଜ ଥିବା କଥା ପରିବାର ଲୋକେ  ଥାନାରେ ଅଭିଯୋଗ ପରେ ପୋଲିସ କେସ ରୁଜୁ କରି ତଦନ୍ତ କରି ଶବକୁ ଉଦ୍ଧାର କରିଥିଲା ।

 ଘଟଣାରୁ ପ୍ରକାଶ ଯେ ଗତ ୧୦ ତାରିଖ ରେ ବାବୁଲା ଡୁଙ୍ଗୁ ଡୁଙ୍ଗୁ ତାଙ୍କ ସ୍ତ୍ରୀ ସାରା ଡୁଙ୍ଗୁ ଡୁଙ୍ଗୁ, ପୁଅ, ଝିଅ ଏବଂ ସାଙ୍ଗ ରେ ଭାଇକୁ ନେଇ ରାଜଗାଙ୍ଗପୁର ରାଣୀବନ୍ଦ ଧୋବାପଡା କୁ କାନ ବିନ୍ଦାଣୀ ଭୋଜି ଖାଇବା ପାଇଁ ଆସିଥିଲେ ।  ଭୋଜିରେ ମଦ ଖାଇ ବାବୁଲା ମାତାଲ ହୋଇ ଯାଇ ଥିଲା । ବିଳମ୍ବିତ ରାତ୍ରରେ ଗ୍ରାମର ଜୈନକ ଘରେ ପଶି ଯାଇଥିଲା । ସେହି ସମୟରେ ଗୃହ ମାଲିକ ଦେଖିବା ପରେ ପାଟି ତୁଣ୍ଡ ହେବା ସହ ବାବୁଲାକୁ ମାଡ଼ ମାରିଥିଲେ । ଗଣ୍ଡଗୋଳ ରେ ବାବୁଲାଙ୍କ ଭାଇ ଶାନ୍ତ କରିବା ପାଇଁ ଚେଷ୍ଟା କରିବା ବେଳେ ବାବୁଲା ଘଟଣା ସ୍ଥଳରୁ ଦୌଡ଼ ପଳେଇ ଥିଲା ।

ପରିବାର ଲୋକ ତାକୁ ଖୋଜା ଖୋଜି କରିଥିଲେ ତାର ପତ୍ତା ନ ମିଳିବାରୁ ସେ କେଉଁଠି  ଶୋଇ ଯାଇଥିବା କଥା ଭାବି ଥିଲେ । ସକାଳୁ ଖୋଜା ଖୋଜି କରିବା ପରେ ନ ମିଳିବାରୁ ପରିବାର ଲୋକେ ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ । ପୋଲିସ ସନ୍ଧାନୀ କୁକୁର ଆଣି ତଦନ୍ତ କରିବା ପରେ କୁକୁରଟି  ନିକଟରେ ଥିବା ନାଳ ପାଖରେ ଯାଇ ଅଟକି ଯାଇଥିଲା । ପୋଲିସ ଅଗ୍ନିଶମ ବାହିନୀଙ୍କ ସହାୟତାରେ ବାବୁଲାର ମୃତ ଶରୀରକୁ ଉଦ୍ଧାର କରିଥିଲେ । ପୋଲିସ ଶବ କୁ ଜବତ କରି ଶବ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା । ପରେ ପୋଲିସ ରାଜଗାଙ୍ଗପୁର ସହକାରୀ ତହସିଲଦାର ଅନୀଲ କୁମାର ସୋରେନ ଙ୍କ ଉପସ୍ଥିତି ରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ରିପୋଟ ଆସିଲେ ଅନ୍ୟ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ରାଜଗାଙ୍ଗପୁର ଏସ .ଡି. ପି.ଓ ବିଭୁତି ଭୂଷଣ ଭୋଇ ସାମ୍ବାଦିକ ଙ୍କୁ ଜଣାଇ ଥିଲେ ।

Leave a Reply

Your email address will not be published. Required fields are marked *