ମାହାଙ୍ଗା,୧୬/୦୨/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)- ଶ୍ରୀକୃଷ୍ଣପୁର ପଞ୍ଚାୟତ ଅନ୍ତର୍ଗତ ଅଡମ ମହେଶପୁର ଗ୍ରାମର ଧର୍ମପ୍ରାଣା ମହିଳା ଅନ୍ନପୂର୍ଣ୍ଣା ନାୟକଙ୍କ ୯୦ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି ।
ସ୍ବର୍ଗତ ସଦାଶିବ ନାୟକଙ୍କ ସହଧର୍ମିଣୀ ଅନ୍ନପୂର୍ଣ୍ଣା ଦେବୀ ଜଣେ ପରୋପକାରୀ, ମିଷ୍ଟଭାଷୀ ଏବଂ ଆଧ୍ୟାତ୍ମିକବାଦୀ ମହିଳା ଥିଲେ । ଅଡମ ଗ୍ରାମ୍ୟ ଶ୍ମାଶନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁତ୍ର ଅକ୍ଷୟ ନାୟକ ମୁଖାଗ୍ନି ପ୍ରଦାନ କରିଥିଲେ । ଅନ୍ତିମ ଯାତ୍ରାରେ ବଡପୁଅ ଅମର ନାୟକ, ଅଜୟ ନାୟକ, ଅକ୍ଷୟ ନାୟକ, ଅଭୟ ନାୟକ, ଝିଅ ମମତା ରାଉତରାୟ,ଯଦୁନାଥ ନାୟକ,ସୁଶାନ୍ତ ବିଶ୍ୱାଳ, ଦିଲୀପ ବିଶ୍ୱାଳ ଏବଂ ପରିବାର ଓ ଆତ୍ମୀୟ ମାନେ ସାମିଲ ହୋଇଥିଲେ ।
ଅନ୍ନପୂର୍ଣ୍ଣା ଦେବୀଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶାରଦା ପ୍ରଧାନ, ଯୁବନେତା ଶୋଭନ କର,ବିଜେପି ନେତା ସୁମନ୍ତ ଘଡେଇ, ଚୌଧୁରୀ ପ୍ରଭାତ ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜବନ୍ଧୁ ଦାଶ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା,ପୂର୍ବତନ ବ୍ଲକ ଅଧ୍ୟକ୍ଷା କନକଲତା ବେହେରା,ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ,ସାମାଜିକକର୍ମୀ ଅଖିଳେଶ ମହାନ୍ତି, ନରହରି ବିଶ୍ୱାଳ,ଶିକ୍ଷାବିତ ଅଭୟ ଚରଣ ପଣ୍ଡା,ଯାଦବ ଦାଶ,ବ୍ଲକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ପୂର୍ବତନ ଉପାଧ୍ୟକ୍ଷ ବିଜୟ ମହାନ୍ତି,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ପ୍ରଭାତ କାନୁନଗୋ,ସରପଞ୍ଚ ରାଜେଶ ରାଉତ, ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତି, ପୂର୍ବତନ ସରପଞ୍ଚ ଧନେଶ୍ୱର ସେନାପତି,ଦୋଳଗୋବିନ୍ଦ ସାହୁ,ପୂର୍ବତନ ସରପଞ୍ଚ ଅଶୋକ ବିଶ୍ୱାଳ,ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ,ଡକ୍ଟର ଭାବଗ୍ରାହୀ ରାଉତ,କବି ପ୍ରଶାନ୍ତ କର, ସତ୍ୟଜିତ କିଶୋର ଦାସ, ନିହାର ରଞ୍ଜନ ପଣ୍ଡା, ଅଶୋକ ସ୍ୱାଇଁ,ବିଚିତ୍ରାନନ୍ଦ ପଣ୍ଡା, ଆଇନୀଜୀବୀ ଦୀପକ କୁମାର ମହାନ୍ତି,ଶ୍ରୀବନ୍ତ ଜେନା, ଯତୀନ୍ଦ୍ର ମହାନ୍ତି,ଶରତ ସାମଲ, ଜ୍ଞାନେନ୍ଦ୍ର ପଣ୍ଡା,ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ, ଅଶୋକ ଦାଶ, ମନୋରଞ୍ଜନ ବିଶ୍ୱାଳ, ମୃତ୍ୟୁଞ୍ଜୟ ବିଶ୍ୱାଳ, ଶରତ ମହାନ୍ତି, ରମେଶ ସ୍ୱାଇଁ, ଦେବେନ୍ଦ୍ର ସାହୁ,ନିରଞ୍ଜନ ବିଶ୍ୱାଳ, ଶରତ ମହାପାତ୍ର, ପ୍ରଶାନ୍ତ ରାଉତରାୟ, ଚିନ୍ମୟ ସାମନ୍ତରାୟ,ସମିତିସଭ୍ୟ ମନୋରଞ୍ଜନ ନାୟକ, ଆତ୍ମାର ଅଧ୍ୟକ୍ଷ କିଶୋର ରାଉତ, ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।
