କଟକ ସଦର,୧୨/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଢ଼ିଙ୍କିଆ ନୂଆଗାଁ ଗଡ଼କୁଜଙ୍ଗ ଜିନ୍ଦଲ ପୋସ୍କ ପ୍ରତିରୋଧ ସଂଗ୍ରାମ ସମିତି ଚାରିଦେଶ ଆବାହକ ପିନାକୀ ନାରାୟଣ ଦାସଙ୍କ ନେତୃତ୍ୱରେ ଢ଼ିଙ୍କିଆ ଫୁଲଖାଇ ଠାରୁ ଗତ ୬ ତାରିଖରୁ ବାହାରି ୧୪ ତାରିଖରେ ରାଜଭବନ ସମ୍ମୁଖରେ ପହଞ୍ଚାଇବାକୁ ଥିବା ପଦଯାତ୍ରା ର ଆଵାହକ ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସହିତ ବରିଷ୍ଠ ନେତୃବୃନ୍ଦଙ୍କୁ ଆଜି ମଙ୍ଗଳବାର ସକାଳେ କନ୍ଦରପୁର ଠାରେ କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଏଥିରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସ, ଜିଲ୍ଲା ଉପସଭାପତି ମାନସ ରଞ୍ଜନ ପ୍ରଧାନ,ଉପସଭାପତି ରାମଚନ୍ଦ୍ର ଗୋଛ।ୟତ, ଜିଲ୍ଲା ଅନୁସୂଚୀତ ଜାତି ବିଭାଗ ସଭାପତି ପ୍ରତାପ ଚନ୍ଦ୍ର ମଲ୍ଲିକ, କଟକ ସଦର ବ୍ଲକ କଂଗ୍ରେସ ସଭାପତି ସୀତାକାନ୍ତ ପଣ୍ଡା, ନଳିନୀପ୍ରଭା ଉଦଗାତା, ନିରଞ୍ଜନ ଲେଙ୍କା,ମାନସ ଆଚାର୍ଯ୍ୟ,କୁମରଵର ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କନ୍ୟା ସୁନିତା ବିଶ୍ୱାଳ, ବୈକୁଣ୍ଠନାଥ ମଲ୍ଲିକ ପ୍ରମୁଖଙ୍କ ସହିତ ଜିଲ୍ଲାର ବହୁ କଂଗ୍ରେସ ନେତା ଓ କର୍ମୀ ‘ଗାନ୍ଧୀ ପଥେ ନ୍ୟାୟ ପଦଯାତ୍ରା’ରେ ସୁର ରାଉତରାୟ ଙ୍କ ସହିତ ସାମିଲ ହୋଇଥିଲେ। ପଦଯାତ୍ରାରେ ସୁର ରାଉତରାୟ ଙ୍କ ପୁଅ କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା।
