ରାୟଗଡା,୧୧/୦୫/୨୦୨୬ (ଓଡ଼ିଶା ସମାଚାର)- ରାୟଗଡରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨୫,୨୭୮ ଟି ମାମଲା ଫଇସଲା ହୋଇ ସେଟେଲମେଂଟ ବାବଦକୁ ୨୪,୮୩,୫୯୪ ଟଙ୍କା ଆଦାୟ ହୋଇଛି । ଜିଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଙ୍କ ତତ୍ୱାବଧାନରେ ରାୟଗଡା ଜିଲା ସିଭିଲକୋର୍ଟ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ରାୟଗଡା ଜିଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶିପୁର, ପଦ୍ମପୁର ଓ ମୁନିଗୁଡା ଅଦାଲତରେ ଦୀର୍ଘ ଦିନ ଧରି ପଡିରହିଥିବା ୩୫ ଟି ମାମଲାର ଫଇସଲା ହୋଇ, ସମୁଦାୟ ଟ. ୧୮,୪୩,୬୪୧/-(ଅଠର ଲକ୍ଷ ତେୟାଳିସ ହଜାର ଛଅ ସହ ଏକଚାଳିସ୍ ଟଙ୍କା) ଟଙ୍କାର ସେଟେଲମେଂଟ କରାଯାଇଛି ।
ସେହିପରି ରାଜସ୍ୱ ସମ୍ବନ୍ଧିତ ୨୫,୦୭୯ ଟି ମାମଲା ଫଇସଲା ହୋଇଛି । ପ୍ରିଲିଟିଗେସନ ସମ୍ବନ୍ଧିତ ୧୬୪ ଟି ମାମଲାର ଫଇସଲା ହୋଇ ସମୁଦାୟ ଟ.୬,୩୯,୯୫୩/-(ଛଅ ଲକ୍ଷ ଅଣଚାଲିସ ହଜାର ନଅସହ ତେପନ) ଟଙ୍କାର ସେଟେଲମେଂଟ କରାଯାଇଛି । ଏହି ଲୋକ ଅଦାଲତ ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତକୁ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସୁବ୍ରତ ଆଚାର୍ଯ୍ୟ ପରିଚାଳନା କରିଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ସଞ୍ଜିତ୍ କୁମାର ବେହେରା, ଅତିରିକ୍ତ ଜିଲା ଦୌରା ଜଜ୍ ଆଳ୍ପନା ସ୍ୱାଇଁ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅପର୍ଣ୍ଣା ମହାପାତ୍ର, ବରିଷ୍ଟ ଦେୱାନି ବିଚାରପତି ଆଶିସ ପଟ୍ଟନାଏକ ରେଜିଷ୍ଟ୍ରାର ରାଣା ଘୋସ୍, ମହିଳା କୋଟର ବିଚାରପତି ସସ୍ମିତା ମିଶ୍ର, ଏସ୍.ଡି.ଜେ.ମ୍ ସୁଦେସ୍ନା ପଟ୍ଟନାଏକ, ଗ୍ରାମ ନ୍ୟାୟଧିକାରୀ ଜ୍ୟୋତିର୍ମୟୀ ଷଡଙ୍ଗୀ, ଜେ.ଏମ୍.ଏଫ୍.ସି ଏସ୍.ଆର ତୋସାଲି ଏବଂ ରାୟଗଡା ବାର ଆସୋସିଏସନର ସଭାପତି ବ୍ରଜ ସୁନ୍ଦର ନାଏକ, ସଚିବ ରମେଶ ଚନ୍ଦ୍ର ପାଢୀ ଓ ଅନ୍ୟ ଆଇନଜୀବି ମଦନ ମୋହନ ପାଢୀ, ମଙ୍ଗଲମୂର୍ତି ବେଉରିଆ,ଜଗଦିସ ପଣ୍ଡା, ନବ କୁମାର କାଣ୍ଟା, ବିଶ୍ୱନାଥ ଗନ୍ତାୟତ, ବାବୁ ରାଜଗୁରୁ, ସୀତାରାମ ପଣ୍ଡା, ଦେବରାଜ ନାଏକ, ଭାରତି ତ୍ରିପାଠି ଓ ଅନ୍ୟ ଆଇନଜୀବୀ ପ୍ରମୁଖ ବିଭିନ୍ନ ଅଦାଲତ ପରିସରରେ ଅନୁଷ୍ଠିତ ହେଇଥିବା ବେଂଚରେ ଯୋଗଦେଇଥିଲେ ।
ଏହି ଲୋକ ଅଦାଲତଟିକୁ ସଫଳ କରିଥିବାରୁ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସୁବ୍ରତ ଆଚାର୍ଯ୍ୟ ଜିଲାର ଜନସାଧାରଣ ତଥା ଆଇନଜୀବି ଓ ରାଜସ୍ୱ ବିଭାଗ ଓ ସରକାରୀ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
