ଆଠଗଡ, ୧୨/୧୦/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ମାନକୁ ତୃଣମୁଳ ସ୍ତରରେ ପହଞ୍ଚାଇବା ପାଇଁ ବିଜେଡି ଯୁବ ସଂଗଠକ ଆଦିତ୍ୟ ପ୍ରସାଦ ସ୍ୱାଇଁ ଆହ୍ୱାନ ରଖିଛନ୍ତି । ରାଜ୍ୟ ଵିଜେଡି ନିଷ୍ପତି କ୍ରମେ ଆଜିଠାରୁ ଆଠଗଡ ନିର୍ବାଚନ ମଣ୍ଡଳୀରେ ସ୍ଥାନିୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧ନଂ ଜୋନ୍ ରୁ ଆରମ୍ଭ ହୋଇଛି ଜନସମ୍ପର୍କ ପଦଯାତ୍ରା । ବିଧାୟକ ଶ୍ରୀଯୁକ୍ତ ସ୍ୱାଇଁ ଦଳୀୟ ପତାକା ଦେଖାଇ ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଆଠଗଡ ଵ୍ଲକ ବିଜେଡି ସଭାପତି ରବିନ୍ଦ୍ର ନାଥ ରାଉତ ଙ୍କ ନେତୃତ୍ବରେ ଜିଲ୍ଲା ପରିଷଦ ଜୋନଂ-୧ ର କୁଲାଇଲୋ ଗ୍ରାମ ଠାରୁ ଏକ ଵିଶାଳ ଶୋଭାଯାତ୍ରା ଆରମ୍ଭ ହୋଇ ଦୋରଡ ଗ୍ରା:ପର ଗୋପୀନାଥ ପୁର,ଇଶ୍ବରାଛକ,ଦୋରଡ ଗ୍ରାମଛକ,ଆଠଗଡ ଏନ୍ଏସି ୧ ନଂ ଓ୍ୱାର୍ଡର ହେମମାଳପୁର,ସଠିଲୋ ଗ୍ରାମ ପଞ୍ଚାୟତର ସଠିଲୋ,ଶ୍ରୀରାମ ପୁର,କୁଆଁଳ,ସମସର ପୁର ଗ୍ରା:ପର ଅମୃତ ମଣୋହୀ ପାଟଣା,ସମସରପୁର,ଚେରେଇ ପାଟଣା ଦେଇ ରଘୁନାଥ ପୁର ଠାରେ ସମ୍ପୂର୍ଣ୍ଣ ହୋଇଥିଲା ।
ଯୁବନେତା ଆଦିତ୍ୟ ପ୍ରତାପ ସ୍ଵାଇଁ ଯୋଗଦେଇ ଯୁବ,ଛାତ୍ର ମହିଳା ମାନେ ଉତ୍ସାହିତ ହୋଇଥିଵାର ଦେଖାଯାଇଥିଲା। ପଦ ଯାତ୍ରା ସମୟ ରେ ବିଭିନ୍ନ ଗ୍ରାମରେ ମହିଳା, ବରିଷ୍ଠ ନାଗରିକ ପକ୍ଷରୁ ଯୁବନେତା ଓ ବିଧାୟକ ସ୍ଵାଇଁ ଙ୍କୁ ପୁଷ୍ପମାଲ୍ୟ, ଉପଢ଼ୌକନ, ବନ୍ଦାପନା କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ପ୍ରଥପ୍ରାନ୍ତ ସଭାରେ ଯୁବନେତା ଆଦିତ୍ୟ କେନ୍ଦ୍ର ତଥା ରାଜ୍ୟ ର ତୃଟିପୂର୍ଣ୍ଣ କୃଷି,ଶିକ୍ଷା ଅର୍ଥନୀତି କୁ ସମାଲୋଚନା କରିବା ସହିତ ସମ୍ପ୍ରତି ରାଜ୍ୟ ରେ ନାରୀ ନିର୍ୟ୍ୟାତନା,ହତ୍ୟା, ଦୁଷ୍କର୍ମ ଵୃଦ୍ଧି ସାର ଯୋଗାଣ ରେ ବିଭ୍ରାଟ, ନିର୍ବାଚନ ଵେଳେ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନରେ ଫେଲ ମାରିବା କୁ ତୀବ୍ର ସମାଲୋଚନା କରିଥିଲେ।
ଉକ୍ତ କାର୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା,ଆଠଗଡ ବ୍ଲକ ୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ,ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନୀଲ ପରିଡା,କଟକ ଜିଲ୍ଲା ବିଜେଡି ଉପ-ସଭାପତି ନୃସିଂହ ଚରଣ ମହାପାତ୍ର, ସାଧାରଣ ସମ୍ପାଦକ ପ୍ରଦିପ୍ତ ଦାସ,ରାଜ୍ୟ ମହିଳା ବିଜେଡି ସମ୍ପାଦିକା ମିତାଲି ରାଉତ ,ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ ଉପାଧ୍ୟକ୍ଷ ଵି ଶୁଭ୍ରଶଙ୍କର ଜ୍ୟୋତି, କାଉନସିଲର ପୂର୍ଣିମା ବେହେରା ସୁଶାନ୍ତ କୁମାର ଜେନା, ଯୁବନେତା ପ୍ରକାଶ ରାଉତ ସମେତ ଜୋନ ଅନ୍ତର୍ଗତ ସମସ୍ତ ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ସବୁ ଵର୍ଷ ପରି ଚଳିତ ବର୍ଷ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହେଵାର କାର୍ୟ୍ୟକ୍ରମ ଥିଲା।ମାତ୍ର ଦୁର୍ଗାପୂଜା କାରଣରୁ ଏହା ଅକ୍ଟୋବର ମାସ ୯ତାରିଖ ଉତ୍କଳମଣୀ ଗୋପବନ୍ଧୁ ଦାଶ ଙ୍କ ଜନ୍ମଦିନ ଠାରୁ ଆରମ୍ଭ ହୋଇଛି।ଏହି ପ୍ରରିପ୍ରେକ୍ଷୀ ରେ ଆଠଗଡ ନିର୍ବାଚନ ମଣ୍ଡଳୀ ରେ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆଠଗଡ ବ୍ଲକ ର ବିଭିନ୍ନ ଜୋନ, ତିଗିରିଆ ବ୍ଲକ ଓ ଟାଙ୍ଗୀ -ଚୌଦ୍ଵାର ଵ୍ଲକ ଅନୁଷ୍ଠିତ ହୋଇ ନଭେମ୍ବର ମାସ ୯ତାରିଖ ଆଠଗଡ ଏନ୍ଏସି ରେ ଜନ ସମ୍ପର୍କ ପଦଯାତ୍ରା ଉଦ୍ ଯାପନ ହେବ ବୋଲି ଆଠଗଡ ଵିଜେଡି କାର୍ୟ୍ୟାଳୟ ସମ୍ପାଦକ ରଞ୍ଜନ କୁମାର ଜେନା ସୂଚନା ଦେଇଛନ୍ତି।
