ପାଟକୁରା ୦୩/୦୯/୨୦୨୬ (ଓଡ଼ିଶା ସମାଚାର)-ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲାର ୩ ଟି First Referral Unit (FRUs) ମଧ୍ୟରୁ ଅନ୍ୟତମ । କେନ୍ଦ୍ରାପଡ଼ା DHH ଓ ପଟ୍ଟାମୁଣ୍ଡାଇ SDHH ପରେ ପାଟକୁରା CHC ର ସ୍ଥାନ ରହିଛି । କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ମାର୍ଶାଘାଇ, ମହାକାଳପଡ଼ା, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କଟକ ଜିଲ୍ଲାର ସଦର ବ୍ଲକର ଲୋକେ ଅନେକ ସଂଖ୍ୟାରେ ଉତ୍ତମ ଚିକିତ୍ସା ପାଇଁ ପାଟକୁରା ଆସିଥାଆନ୍ତି । 
ସମଗ୍ର ପାଟକୁରା ବଜାରର ଅର୍ଥନୀତି ଓ କର୍ମନିଯୁକ୍ତି ଏହି ମେଡିକାଲ ଉପରେ ନିର୍ଭରଶୀଳ । ପାଟକୁରା ମେଡିକାଲକୁ ପରିବର୍ଦ୍ଧିତ କରି ବର୍ତ୍ତମାନର କ୍ୟାମ୍ପସ ସହ ପାଖରେ ଥିବା ଜଗଦଳପୁର ଦଣ୍ଡା ଅଞ୍ଚଳକୁ ଯୋଡିବା ପାଇଁ ପୂର୍ବରୁ ତେଜେଶ୍ୱର ପରିଡ଼ା ପ୍ରାୟ ୩ ଥର ଜିଲ୍ଲା ପ୍ରଶାସନ, CDMO, NHM ଅଧିକାରୀଙ୍କୁ ଭେଟି ଅନୁରୋଧ କରିଥିଲେ । ଏହାପରେ CDMO ଙ୍କ ପକ୍ଷରୁ 19.09.2025 ଓ 17.07. 2026 ରେ ଗରଦପୁର ତହସିଲଦାରଙ୍କୁ ୨ ଥର ଚିଠି ଲେଖାଯାଇଥିଲା । ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ସ୍ଥାନୀୟ ବୁଦ୍ଧିଜୀବୀମାନେ ୨ ଥର ଜଗଦଳପୁର ଦଣ୍ଡାକୁ ଯାଇ ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ପାଟକୁରା ଅଞ୍ଚଳବାସୀ ଏହାକୁ ସ୍ୱାଗତ କରିଥିଲେ ।
ଡାକ୍ତର ଓ କର୍ମଚାରୀମାନଙ୍କ ପାଇଁ ସମସ୍ତ ଆବାସିକ ଗୃହ ଏବଂ ଅନ୍ୟ ନୂତନ ଗୃହ ନିର୍ମାଣ ଏଠାରେ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ ତେଜେଶ୍ୱର । ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ ଆରମ୍ଭରେ ଅହେତୁକ ବିଳମ୍ବ ଯୋଗୁଁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆୟର, CDMO ଡାକ୍ତର ନମିତା ପଟ୍ଟନାୟକ, ADMO ଡାକ୍ତର. ସଚ୍ଚିଦାନନ୍ଦ ମିଶ୍ର, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ ଆଲୋଚନାରେ ଭାଗ ନେଇଥିଲେ । 
ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ଙ୍କ ସହ ବରିଷ୍ଠ ନେତା ବିଜୟ କୁମାର ନାୟକ, ଚିତ୍ତ ରଞ୍ଜନ ଚୌଧୁରୀ, ଶରତ କୁମାର ସେଠୀ, ପ୍ରମୋଦ ପ୍ରଧାନ, ତପନ ସୁତାର, ସରୋଜ ସାମଲ, ଚିତ୍ତ ରଞ୍ଜନ ସେଠୀ, ବିଜୟ ବାରିକ, ବିଘ୍ନେଶ୍ୱର ନାୟକ, ବିଜ୍ଞାନ ସୁତାର, ରଶ୍ମି ରଞ୍ଜନ ପରିଡ଼ା, ଚନ୍ଦନ ରାଉତରାୟ, ପ୍ରକାଶ ରାଉତ, ଅଜୟ ସେଠୀ, ଖଗେଶ୍ୱର ରାଉତ, ବୈଷ୍ଣବ ସ୍ୱାଇଁ, ବିଶ୍ୱଜିତ ଜେନା, ଜିତେନ୍ଦ୍ର ଦଳାଇ, ଚନ୍ଦ୍ରଶେଖର ସାହାଣି, ଗତିକୃଷ୍ଣ ମହାନ୍ତି, କୈଳାଶ ସ୍ୱାଇଁ, କମଳାକାନ୍ତ ଦାସ,ମନୋରଞ୍ଜନ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଓ ଦାବିପତ୍ର ପ୍ରଦାନ କରିଥିଲେ । ଖୁବଶୀଘ୍ର ପାଟକୁରା ମେଡିକାଲର ନୂତନ ଆବାସିକ ଗୃହ କାର୍ଯ୍ୟ ଆରମ୍ଭ ପାଇଁ ପଦକ୍ଷେପ ନିଆଯିବା ସହିତ ଅନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।
