ବିଶ୍ୱ ମାତୃ ଦିବସ ଓ ବୈଷ୍ଣଵ ପାଣି ଙ୍କ ୭୦ତମ ଶ୍ରାଦ୍ଧ ଦିବସ ପାଳିତ।

କଟକ ୧୦/୦୫/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା ) କଟକ ର ଆପଣା ସୁନା ଓ ଅଭିନେତ୍ରୀ ନାଟ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ବିଶ୍ୱ ମାତୃ ଦିବସ ଓ ଗଣକବି ବୈଷ୍ଣବ ପାଣିଙ୍କ ୭୦ ତମ ଶ୍ରାଦ୍ଧ ଦିବସ ତଥା ମଞ୍ଚ କଳାକାର ମାନଙ୍କ ସମ୍ମିଳନୀ କଟକ ମହା ନଗର ନିଗମ ଅନ୍ତର୍ଗତ ୫୭ ନଂ ୱାର୍ଡ ସ୍ଥିତ ଗୋପାଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଅବସରରେ  ଅଭୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ଏକ ଆଲୋଚନା ଚକ୍ର ଏବଂ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସଂଘ, କଟକ ର ସାଧାରଣ ସମ୍ପାଦକ  ବିଭୁତି ଭୂଷଣ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲା ବେଳେ ନାଟ୍ୟକାର କୈଳାସ ମଲିକ ମୁଖ୍ୟ ଅତିଥି ଓ  ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗ ଦାନ କରି କଳାକାର ମାନେ ଚାହିଁଲେ ମାତୃ ପିତୃ ନିର୍ଯାତନା କୁ ପ୍ରଚାର ପ୍ରସାର ମାଧ୍ୟମରେ ବହୁ ପରିମାଣ ରେ ରୋକି ଦେଇ ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ।

ନାଟ୍ୟକାର  ବିଶ୍ୱଭୂଷଣ ମହାନ୍ତି, ନାଟ୍ୟକାର ହରି ଜୀବନ ଦାସ, ନାଟ୍ୟକାର ସନ୍ତୋଷ କୁମାର ସାହୁ, ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ବିପ୍ଲବୀ କବି ଅକ୍ଷୟ କୁମାର ରାଉଳ, ମଞ୍ଚ ଅଭିନେତା ଦିଲ୍ଲୀପ ଗୋଛାୟତ, ଅଭିନେତା ସୁକାନ୍ତ କୁମାର ଧଳ,ଶିକ୍ଷାବିତ ପ୍ରମୋଦ ପ୍ରଧାନ ଗୀତିନାଟ୍ୟକାର ବୈଷ୍ଣବ ପାଣିଙ୍କୁନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ମାତୃ ଦିବସ ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଅବସର ପ୍ରାପ୍ତ ପୋଲିସ ଅଧିକାରୀ କଲ୍ୟାଣ ସଂଘ ତରଫରୁ  ପଟ୍ଟନାୟକ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡ଼କ ସୁରକ୍ଷା ର ବାର୍ତ୍ତା ପ୍ରଦାନ କରୁଥିବା କେତେକ କଳା କାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ଥିବା ବେଳେ ସଡ଼କ ସୁରକ୍ଷା କର୍ମୀ ତଥା ଏହାର ଲେଖକ ଏବଂ ନିର୍ଦ୍ଧେଶକ ନାଟ୍ୟକାର ଅଭୟ ଦାସ ଙ୍କୁ ପ୍ରଶଂସା କରିଥିଲେ।  ସନ୍ତୋଷ ସାହୁ ନାଟକ ଆପଣା ସୁନା ତ ଭେଣ୍ଡି ଓ ଅଭିନେତ୍ରୀ ନାଟକ ଦ୍ବୟ ର ସଫଳତା ପାଇଁ ଏହାର ଲେଖକ ଓ ନିର୍ଦ୍ଧେଶକ ଯଥା ବିଶ୍ୱଭୂଷଣ ମହାନ୍ତି ଏବଂ  ଅଭୟ ଦାସ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଅଭିନେତ୍ରୀ ବିଜୟଲକ୍ଷ୍ମୀ ମହାନ୍ତି, ମମତା ସେନ, ସୋନାଲି ସେନ, ବିଜୟଲକ୍ଷ୍ମୀ ଦାଶ, ଅନସୂୟା ସାହୁ, ବନିତା ଦାସ, ସୋଫିଆ ସେଠୀ, ଭାଗ୍ୟଲକ୍ଷ୍ମୀ ମହାନ୍ତି, ସୌମ୍ୟାଶ୍ରୀ ଦାଶ,ମିଥୁନ ସ୍ୱାଇଁ, ଚିରଞ୍ଜିବି ସାହୁ ନୂତନ ପାତ୍ର, ସରୋଜ ଦାସ, ପ୍ରଦୀପ କୁମାର ପଣ୍ଡା, ବିକାଶ ଓଝା, ତପନ କୁମାର ଆଚାର୍ଯ୍ୟ, ଶିଶୁକଳାକାର ଚନ୍ଦନ ଆଚାର୍ଯ୍ୟ ଇତ୍ୟାଦି ଅନେକ ଅଭିନେତା ଅଭିନେତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରି ମାତୃ ବନ୍ଦନା, ନିଜସ୍ୱ କବିତା ପାଠ ଓ ସଂଗୀତ ଗାନ କରିଥିଲେ।ଶ୍ରୀ ଜଗଦୀଶ ଧୂରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *