ଭୁବନେଶ୍ୱର,୧୦/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଶ୍ୱ ଲୁପସ୍ ଦିବସ ୨୦୨୬ ଅବସରରେ ଅଙ୍କୁରା ହସପିଟାଲ ଫର୍ ଓମେନ ଆଣ୍ଡ ଚିଲ୍ଡ୍ରେନ, ଭୁବନେଶ୍ୱର ପକ୍ଷରୁ ଲୁପସ୍ ଏବଂ ଅନ୍ୟ ଅଟୋଇମୁ୍ୟନ ରୋଗଗୁଡିକରେ ଆକ୍ରାନ୍ତ ପିଲାମାନେ ଏବଂ ସେମାନଙ୍କ ପିତା ମାତା ଓ ଯନôକାରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।
କନ୍ସଲଟାଣ୍ଟ ପେଡିଆଟ୍ରିକ ରୁ୍ୟମାଟୋଲୋଜିଷ୍ଟ ଡା. ଦେବାଶିଷ ପାତ୍ରୋ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବାବେଳେ ସେ ବାଲ୍ୟାବସ୍ଥା ଲୁପସ୍ ନିୟନ୍ତ୍ରଣ ନିମନ୍ତେ ଆଦ୍ୟ ରୋଗ ନିରୂପଣ, ସମୟୋଚିତ ଚିକିତ୍ସା, ଭାବଗତ ସମର୍ଥନ ଏବଂ ଦୀର୍ଘକାଳୀନ ଯନôର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ ।
ଲୁପସ୍ ଏକ ଦୀର୍ଘକାଳୀନ ଅଟୋଇମୁ୍ୟନ ରୋଗ ଯେଉଁଥିରେ ଶରୀରର ରୋଗ ପ୍ରତିରୋଧ ବ୍ୟବସ୍ଥା ତାହାର ନିଜସ୍ୱ ସୁସ୍ଥ କୋଷିକା ଏବଂ ଅଙ୍ଗ ପ୍ରତ୍ୟଙ୍ଗଗୁଡିକ ଉପରେ ଆକ୍ରମଣ କରିଥାଏ । ବାଲ୍ୟାବସ୍ଥା ଲୁପସ୍ ଅନେକ ସମୟରେ ଅଧିକ ମାରାତ୍ମକ ହୋଇଥାଏ ଏବଂ ତାହାର ଶୀଘ୍ର ଚିକିତ୍ସା କରାନଗଲେ ଏହା କିଡନି, ଅଭିବୃଦ୍ଧି, ଭାବପ୍ରବଣଗତ ସୁସ୍ଥତା ଏବଂ ପିଲାମାନଙ୍କ ଜୀବନର ସମୁଦାୟ ମାନଗତ ଦିଗକୁ ପ୍ରଭାବିତ କରିପାରେ ।
ଅଟୋଇମୁ୍ୟନ ରୋଗଗୁଡିକ ଦ୍ୱାରା ଆକ୍ରାନ୍ତ ୨୦ରୁ ଅଧିକ ପିଲା ଏହି କାର୍ଯ୍ୟକ୍ରମରେ ସେମାନଙ୍କ ପିତା ମାତାଙ୍କ ସହିତ ଅଂଶଗ୍ରହଣ କରିଥିଲେ । ଚିକିତ୍ସାଗତ ଚାଲେଞ୍ଜର ସମ୍ମୁଖୀନ ହେଉଥିବା ସତ୍ତ୍ୱେ ଏହି ପିଲାମାନେ ଗୀତ ଗାଇବା, ନୃତ୍ୟ ପ୍ରଦର୍ଶନ, କଳାତ୍ମକ କୃତି ଏବଂ ସେମାନଙ୍କର ପ୍ରେରଣାଦାୟୀ ବ୍ୟକ୍ତିଗତ ଯାତ୍ରା ସମ୍ପର୍କରେ ବର୍ଣ୍ଣନା ଜରିଆରେ ଉଲ୍ଲେଖନୀୟ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମର ଏକ ଉଲ୍ଲେଖନୀୟ ଘଟଣା ଥିଲା ଏଥିରେ ୟଙ୍ଗ୍ ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ ଆଚିଭର୍ ଅର୍ନବ ପଟ୍ଟନାୟକଙ୍କର ଅଂଶଗ୍ରହଣ । ଭୁବନେଶ୍ୱରର ଏହି ୧୮ ବର୍ଷ ବୟସ୍କ ନଏଡାରୁ ଖାର୍ଦୁଙ୍ଗ ଲା ପାସ୍କୁ ରାଉଣ୍ଡ ଟ୍ରିପ୍ ମୋଟରସାଇକଲ ଅଭିଯାନ ଶେଷ କରିବା ସହିତ ୪୮ ଘଣ୍ଟା ସ୍କେଟିଂ କରିବାର ସଫଳତା ମଧ୍ୟ ହାସଲ କରିଛନ୍ତି । ତାଙ୍କ ସଫଳତାର କାହାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ପ୍ରେରଣା ଦେବା ସହିତ ଦୀର୍ଘକାଳୀନ ରୋଗଗୁଡିକ ସହିତ ଲଢୁଥିବା ପିଲାମାନଙ୍କର ସାମର୍ଥ୍ୟ ଓ ଏକାଗ୍ରତାକୁ ପ୍ରତିଫଳିତ କରିଥିଲା ।
ଉପସ୍ଥିତ ପିତାମାତା କାର୍ଯ୍ୟକ୍ରମରେ ସାମିଲ ସ୍ପେଶାଲିଷ୍ଟ ଏବଂ ଅନ୍ୟ ପରିବାରଗୁଡିକ ସହିତ କଥାବାର୍ତ୍ତା କରିବା ସମୟରେ ଭାବପ୍ରବଣତାର ସହିତ ସେମାନଙ୍କ ଅନୁଭୂତି, ସଂଗ୍ରାମ ଏବଂ ଆଶାଗୁଡିକ ସହଭାଗୀତା କରିଥିଲେ, ଯାହା ଏକ ସମର୍ଥନକାରୀ ଏବଂ ଉତ୍ସାହପ୍ରଦ ପରିବେଶ ସୃଷ୍ଟି କରିଥିଲା ।
ଲୁପସ୍ ଆକ୍ରାନ୍ତ ରୋଗୀମାନେ ଆଦ୍ୟାବସ୍ଥାରେ ରୋଗ ନିରୂପଣ, ନିୟମିତ ଚିକିତ୍ସା, ଭାବଗତ ସମର୍ଥନ ଏବଂ ଉପଯୁକ୍ତ ଜୀବନଶୈଳୀ ପରିଚାଳନା ଜରିଆରେ ମଧ୍ୟ ସ୍ୱାଭାବିକ ଏବଂ ସଫଳ ଜୀବନ ଅତିବାହିତ କରିପାରିବେ ବୋଲି ଦୃଢ ବାର୍ତ୍ତା ସହିତ କାର୍ଯ୍ୟକ୍ରମ ପରିସମାପ୍ତ ହୋଇଥିଲା । ବାଲ୍ୟାବସ୍ଥାରେ ଲୁପସ୍ ଏବଂ ଅଟୋଇମୁ୍ୟନ ରୋଗାକ୍ରାନ୍ତ ପରିବାରଗୁଡିକୁ ସମର୍ଥନ ଯୋଗାଇଦେବା ଏବଂ ସଚେତନତାର ପ୍ରସାର କରିବାକୁ ଅଙ୍କୁରା ହସପିଟାଲ ପ୍ରତିବଦ୍ଧ ରହିଛି ।
ଅଙ୍କୁରା ହସପିଟାଲ ପକ୍ଷରୁ ବିଶ୍ୱ ଲୁପସ୍ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ
