ଜୁନାଗଡ଼, ୨୯/୦୪/୨୦୨୪ (ଓଡିଶା ସମାଚାର /ରାକେଶ ବେମାଲ ): କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ସ୍ଥିତ ଭାରତୀୟ ଜନତା ପାର୍ଟି ବାନନ୍ଦପଳା ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମିଶ୍ରଣ ପର୍ବରେ ସାମିଲ ହେଲେ,ବିଶ୍ୱରଂଜନ ପ୍ରହରାଜ, ପିଣ୍ଟୁ ପ୍ରହରାଜ,ସନ୍ତୋଷ ଯୋଶୀ, ପବିତ୍ର ପାତ୍ର, ସିମାଞ୍ଚଳ ବାଗ, ଜୋତିଶ ମାଝୀ, ବନ୍ଦନା ବାଗ,ପୂର୍ବତନ ସମିତି ପବିତ୍ର ମାଝୀ,ଜନ୍ମେଜୟ ଗୋପାଳ, ନରହରି ବାଗ, ବସନ୍ତ ଯୋଶୀ, ଗୌରୀ ସୁନାନୀ, ଶମ୍ବୁ ସୁନାନୀ, ବାଣୁ ଲହଜଳ,ବୋଗରୁ ଗହୀର, ପରମେଶ୍ୱର ନାଏକ,ଲୋଚନ ଥପା,ଧନନ ଚଣ୍ଡୀ ୫୦୦ରୁ ଉର୍ଦ୍ଧ ବିଜେପି ରେ ସାମିଲ ହୋଇଥିଲି । ଏହି ପର୍ବ ରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ମନୋଜ ମେହେର ଅଧ୍ୟକ୍ଷତା କରିଥିଲେ । ଚିଲିଗୁଡା ଠାରୁ ମଟର ସାଇକେଲରେ ଶୋଭାଯାତ୍ରାରେ ନିଜ ସମର୍ଥକ ଙ୍କ ସହିତ ବାନନ୍ଦପଳା ଗ୍ରାମ କୁ ପହଞ୍ଚି ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ଉପସଭାତି ଅଜୟ ପ୍ରହରାଜ ହିମାଂଶୁ ବରାଡ, ଜଗା ମହାନ୍ତି, ସୁଧାଂଶୁ ବରାଡ, ମଞ୍ଚ।ସିନା ଥିଲେ । ଧନ୍ୟବାଦ ଦେଇଥିଲେ ଅଂଶୁମାନ ଯୋଶୀ । ବାନନ୍ଦପଳା ଠାରୁ ମୁଣ୍ଡରାଗୁଡା, ଚିଲକପୁର ଓ ଗୁର୍ଜିଗୁଡା ଭୋଟ ଭିକ୍ଷା କରିବାକୁ ଯାଇଥିଲେ ।
ଦାସିଗାଁ ପଞ୍ଚାୟତ ବାନନ୍ଦପଳା ଠାରେ ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ
