ବିଦଗ୍ଧ କବିଙ୍କ ଜନ୍ମ ଜୟନ୍ତୀରେ ମତ …. କାବ୍ୟ ଜାହ୍ନବୀ ବିଦଗ୍ଧ ଚିନ୍ତାମଣି – ଡ. ଆଶୁତୋଷ ପ୍ରସାଦ ମିଶ୍ର 

ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ର ୨୬୪ ତମ ଜୟନ୍ତୀ ପାଳନ

ଯାଜପୁର, ୨୧/୦୨/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର):  ସଂସ୍କୃତ  କାବ୍ୟ ଗୀତା ପରି ଓଡିଆ ସାହିତ୍ୟ ଜଗତରେ ବିଦଗ୍ଦ ଚିନ୍ତାମଣି କୁ କାବ୍ୟ ଜାହ୍ନବୀ ବୋଲି ପ୍ରକାଶ କରିଛନ୍ତି ଓଡିଶାର ବିଶିଷ୍ଟ ସାହିତ୍ୟିକ ତଥା ସମ ହସପିଟାଲ ଭୁବନେଶ୍ୱରର  ବିଶିଷ୍ଟ ଚିକିତ୍ସକ ଡାକ୍ତର ଆଶୁତୋଷ  ପ୍ରସାଦ ମିଶ୍ର । ବିଦଗ୍ଦ କବିଙ୍କ ଜନ୍ମ ପୀଠରେ  ବିଦଗ୍ଧା ଅନୁଷ୍ଠାନର  ସ୍ୱ ନକ୍ଷତ୍ର ଦିବସ ତଥା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ର ୨୬୪ ତମ ଜୟନ୍ତୀ ପାଳନ ଅବସରରେ ଏକ ଭବ୍ୟ ପରିବେଶରେ ବିଶାଳ  ସାରସ୍ୱତ ସଭାର ଆୟୋଜିତ ହୋଇ ଯାଇଛି । ବିଦଗ୍ଧାର ନିର୍ଦ୍ଦେଶକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସାରସ୍ୱତ ଆସରରେ ବରୀ ବିଧାୟିକା ବିଦଗ୍ଧ ଭୂମୀ ପୁତ୍ରୀ ସୁନନ୍ଦା ଦାସ ଯୋଗଦାନ କରି ସବଭକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶ୍ରୀ ଜଗନ୍ନାଥ ଧାମରୁ ମାଆ ସୁଭଦ୍ରାଙ୍କ ବାଡଗ୍ରାହୀ ସେବକ ଶ୍ରୀ ଶ୍ରୀ କିର୍ତ୍ତୀ ପ୍ରକାଶ ଦାସମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଦଗ୍ଧ ମାଟିର ସାମନ୍ତ ମହାପୁରୁଷ ଅଭିମନ୍ୟୁ ସାମନ୍ତ ସିଂହାର ସମଗ୍ର ଉତ୍କଳ ଭୂଖଣ୍ଡରେ ଏକ ଦିପ୍ତିମନ୍ତ ଶିଖା ବୋଲି ଅଭିହିତ କରିଥିଲେ । ମୁଖ୍ୟ ବକ୍ତାଭାବେ ଓଡିଶାର ବିଶିଷ୍ଟ ସାହିତ୍ୟିକ ତଥା ସମ ହସପିଟାଲ ଭୁବନେଶ୍ୱରର  ବିଶିଷ୍ଟ ଚିକିତ୍ସକ ଡାକ୍ତର ଆଶୁତୋଷ  ପ୍ରସାଦ ମିଶ ଯୋଗଦାନ କରି  ସଂସ୍କୃତ କାବ୍ୟ ଗୀତା ପରି ଓଡିଆ ସାହିତ୍ୟ ଜଗତରେ ବିଦଗ୍ଦ ଚିନ୍ତାମଣି କୁ କାବ୍ୟ ଜାହ୍ନବୀ ବୋଲି  ନିଜ ବ୍ୟକ୍ତବ୍ୟରେ ପ୍ରକାଶ କରିବା ସହିତ , ବିଦଗ୍ଧ ଚିନ୍ତାମଣି କାବ୍ୟ ଯେତିକି ରସମୟ  କବିଙ୍କ ଆରାଧ୍ୟ ଶ୍ରୀ ରାଧାମୋହନ ବିଗ୍ରହ ସତେଅବା ସ୍ୱୟଂ ଶ୍ରୀ ରସରାଜ ବିଗ୍ରହଙ୍କର ଉପସ୍ଥିତ ବୋଲି ଅନୁଭବ ଆସେ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ବକ୍ତା  ଭାଷ୍କର ବେହେରା ଗୀତା ଜୀବନ ଦର୍ଶନ ଓ ବିଦଗ୍ଦ କବି ଅଭିମନ୍ୟୁ ସାହିତ୍ୟର ଆବଶ୍ୟକରା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଂପାଦକ ତଥା ବରିଷ୍ଟ ବାଗ୍ମୀ ଡ. ନାରାୟଣ ମହାପାତ୍ର ଶ୍ରୀ ଜଗନ୍ନାଥ ଧାମ ଓ ବିଦଗ୍ଧ କବିଙ୍କ ଶ୍ରୀ ବୃନ୍ଦାବନ ଚେତନା କଥାକୁ ଭାବର ସହିତ ଅବଗାହନ କଲେ ପରମ ସୈାଖ୍ୟ ପ୍ରାପ୍ତି ହୋଇଥାଏ । କିନ୍ତୁ ଦୁଃଖର କଥା ଅଭିମନ୍ୟୁ ଙ୍କର କୃତ୍ତି ଓ କୀର୍ତ୍ତି ଯେତିକି ପ୍ରଚାର ପ୍ରସାର ହେବା କଥା ତାହା ହୋଇ ପାରି ନାହିଁ । ଏ ବିଷୟରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେବା କୁ ନିବେଦନ ରଖିଥିଲେ । ସମ୍ମାନୀତ ଅତିଥି ଅଧ୍ୟାପକ ରବିନ୍ଦ୍ର କୁମାର ଦାସ ନିଜର ବ୍ୟକ୍ତବ୍ୟ ଛଳରେ ବିଦଗ୍ଧ କବିଙ୍କ ଅନବଦ୍ୟ ସୃଷ୍ଟିରେ ଶ୍ରୀରାଧା ଙ୍କ ତତ୍ୱ ବିଷୟରେ ବିଷଦ ବାଖ୍ୟା କରିଥିଲେ । ବାଲିଆ ଗ୍ରାମ ପଂଚାୟତର ସରପଂଚ ରେବତୀ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି କବିଙ୍କ ଉଦ୍ଦେଶ୍ୟରେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ତେବେ  ବିଦଗ୍ଦ କବି ସେବକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଅୟୋଜିତ ସଭାକୁ ସୁଦୁର କେନ୍ଦୁଝର ମାଟିର ଶୁଶ୍ରୀ ସମୟ ଶ୍ରୀ ସଂଚାଳନ କରିଥିବା ବେଳେ ,ବିଦଗ୍ଧା  ଅନୁଷ୍ଠାନ ତରଫରୁ ସଂଗ୍ରାମ କେଶରୀ ରାୟ, ବିଜୟ କୁମାର ନାୟକ , ବିଦଗ୍ଧା ସଭାପତି ପ୍ରଭାକର ଜେନା ,ବିଦଗ୍ଧା ରୈାପ୍ୟ ଜୟନ୍ତୀ କମିଟି ସଭାପତି ବିଭୂତି ଭୁଷଣ ଜେନା, ସୁକାନ୍ତ କୁମାର ଜେନା , କାଶିନାଥ ରାୟ ,ଅଧ୍ୟାପକ ପ୍ରମୋଦ କୁମାର ଦାସ , ଗୋପବନ୍ଧୁ ଦାସ , କର୍ଣ୍ଣଚନ୍ଦ୍ର ଘଡାଇ, ବିରଞ୍ଚି ନାରାୟଣ ମିଶ୍ର, ମକର ଚରଣ ଘଡାଇ , ଅକ୍ଷୟ କୁମାର ଘଡାଇ ,ଚିତ୍ତ ରଂଜନ ସାମଲ, ବିଭୁତି ଭୂଷଣ ରାୟ  ପ୍ରମୋଦ କୁମାର ଜେନା, ରବିନ୍ଦ୍ର ନାଥ ମିଶ୍ର , ରବିନ୍ଦ୍ର କୁମାର ଘଡାଇ , ବିନୋଦ ଚନ୍ଦ୍ର ଘଡାଇ , ଦେବ୍ ଜେନା ,  ନବିନ ଚନ୍ଦ୍ର ଜେନା, ସୁରେଶ ଚନ୍ଦ୍ର ରଥ, ବଙ୍ଗାଳି ଚରଣ ବାରିକ ଆଦି ଅନୁଷ୍ଠାନର କର୍ମକର୍ତ୍ତା ମାନେ ସଭାକୁ ସୁଚାରୁ ରୁପେ ପରିଚାଳନା କରିଥିବା ବେଳେ , ଅନୁଷ୍ଠାନର ଉପସଭାପତି ଜୟନ୍ତ କୁମାର ଜେନା ସଭାସଦ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ଆହୁତ ନୃତ୍ୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅନୁଷ୍ଟାନର ସହ ନିର୍ଦ୍ଦେଶକ ସାମ୍ବାଦିକ ଅଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।  ଶେଷରେ ଗୋଲଡେନ୍ ଡ୍ୟାନ୍ସ ଗୃପ୍ ଦ୍ୱାରା ବିଭିନ୍ନ ଲୋକ ନୃତ୍ୟ ମାନ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *