ଧାମରା, ୦୮/୦୫/୨୦୨୬ (ଓଡ଼ିଶା ସମାଚାର)- ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ପକ୍ଷରୁ ଆଜି ସନ୍ଧ୍ୟା ୬.୨୫ମିନିଟ ସମୟରେ ଅଗ୍ନି-୫କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହି ଅଗ୍ନି -୫ କ୍ଷେପଣାସ୍ତ୍ର ୫୦୦୦କି.ମି ଲକ୍ଷ୍ୟଭେଦ କରିପାରିବ ବୋଲି ଡିଆରଡିଓ କର୍ତ୍ତୃପକ୍ଷ ଦାବି କରିଛନ୍ତି। ଏହି କ୍ଷେପଣାସ୍ତ୍ର ଲମ୍ବ ୧୭ମିଟର, ମୋଟେଇ ୨ମିଟର, ଓଜନ ୫୦ଟନ ହୋଇଥିବା ବେଳେ ଏହା ୧.୧ଟନ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରୁ ପ୍ରକାଶ।
ଆଜି ଏହା ଧାମରା ଠାରେ ଥିବା କଲାମ ଘାଟିରୁ ୪ନଂ ଲାଞ୍ଚପ୍ୟାଡ଼ରୁ ପରୀକ୍ଷଣ କରାଯାଇଥିଲା। ଏହା ରାସ୍ତା ଏବଂ ରେଳ ଲଞ୍ଚପ୍ୟାଡରୁ ମୋବାଇଲ ଲଞ୍ଚର ଯୋଗେ ପରୀକ୍ଷଣ କରାଯାଇ ପାରିବ। ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ ସ୍ୱଦେଶୀ ଞାନ କୌଶଳରେ ନିର୍ମିତ। ଏହି କ୍ଷେପଣାସ୍ତ୍ର ୫୦କୋଟି ଟଙ୍କାବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି।
ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
