ଗୁରୁମାଙ୍କ ଦେହାନ୍ତ

କେନ୍ଦ୍ରାପଡ଼ା, ୦୭/୦୫/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ଜଜାଙ୍ଗ ଗ୍ରାମର ସ୍ୱର୍ଗତ ଗୋଲକ ତ୍ରିପାଠୀଙ୍କ ଧର୍ମପତ୍ନୀ ତଥା ସ୍ଥାନୀୟ ଅଂଚଳରେ ଗୁରୁମା ଭାବେ ପରିଚିତ ବିମ୍ବଳି ତ୍ରିପାଠୀଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଗୁରୁମା ନିଜ ଘରେ ଏକ ଚାଟଶାଳି ଖୋଲି ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇ ଏକ ମଣିଷ ତିଆରି କାରଖାନା ସୃଷ୍ଟି କରିଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜିଲା ଏବଂ ଜିଲା ବାହାରେ ବହୁ ଛାତ୍ରଛାତ୍ରୀ ସୁପ୍ରତିଷ୍ଠିତ ହୋଇ ପାରିଛନ୍ତି ।

ତାଙ୍କ ବିୟୋଗ ଖବର ପାଇ ବହୁ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସ୍ଥାନୀୟ କପାଳେଶ୍ୱର ସରପଙ୍କ ପ୍ରତିନିଧି ଲୋହିତ ମହାନ୍ତି ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମୃତୁ୍ୟଶଯ୍ୟା ନିକଟରେ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ସାନପୁଅ ପ୍ରଭାତ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *