କିଶନନଗର ଚିନ୍ତାମଣି ବିଦ୍ୟାପୀଠକୁ ତଦନ୍ତ କରିବାକୁ ଆସି ଫଟୋ ଉଠାଇ ଫେରିଗଲେ ତଦନ୍ତକାରୀ ଟିମ୍

କଟକ ସଦର,୦୫/୧୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ସରକାରୀ ଚିନ୍ତାମଣି ବିଦ୍ୟାପୀଠରେ ଦିନକୁ ଦିନ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ସେଥିପାଇଁ ଉକ୍ତ ବିଦ୍ୟାଳୟରୁ ଜନୈକ ଅଭିଭାବକ ତାଙ୍କ ପିଲାକୁ ଅନ୍ୟତ୍ର ପଢ଼ାଇବା କୁ ଟି ସି ନେଇଥିଲେ। ହେଲେ ଟି ସି ପାଇଁ ବାରମ୍ବାର ଦୈ।ଡିଵା ପରେ ତତ୍କାଳୀନ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ (ବର୍ତ୍ତମାନ ସହକାରୀ ଶିକ୍ଷୟିତ୍ରୀ) ତାଙ୍କ ଠାରୁ ବେଆଇନ ଭାବେ ୫୦୦ ଟଙ୍କା ରଖିଥିବା ଅଭିଯୋଗ ହୋଇଛି।

ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ତଦନ୍ତକାରୀ ଟିମ୍ ବିଦ୍ୟାଳୟ କୁ  ଆସି ଅଭିଯୋଗକାରୀଙ୍କୁ ନଡାକି ଏକପାଖିଆ ତଦନ୍ତ କରି ଖୁସିରେ ଫଟୋ ଉଠାଇ ଫେରି ଯାଇଥିବା ଜଣାପଡିଛି। ଏଥିପାଇଁ  ତଦନ୍ତ ବାଟବଣା ହୋଇଥିବା ଅଭିଯୋଗ କରି ସାଧାରଣରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ତଦନ୍ତ ର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *