ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡିଶା ହାକାଥନ ୩. ୦ ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର,୦୬/୦୫/୨୦୨୬ (ଓଡ଼ିଶା ସମାଚାର)- ଜାତସିଂହପୁର ଜିଲ୍ଲାସ୍ତରୀୟ ସ୍ମାର୍ଟ ଓଡିଶା ହାକାଥନ ୩. ୦ ଉତ୍ସବ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୀକାରୀ ଡ଼ ସୁଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ମୁଖ୍ୟ ଅତିଥି,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ, ଲକ୍ଷେହୀରା ଲାବନ୍ୟବତୀ ବେହେରା, ଆଇ. ଆଇ.ଟି ଭୁବନେଶ୍ୱରର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ଶୁଭଙ୍କର ପତି, ଉତ୍କଳ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ପ୍ରଫେସର ସରୋଜ କୁମାର ସାହୁ, ଜଗତସିଂହପୁର ପଲିଟେକନିକର ଅଧ୍ୟାପକ ସୌମ୍ୟ ପ୍ରକାଶ ସୂତାର ଏବଂ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

ବିଜ୍ଞାନ ଶିକ୍ଷକ ପଦରଜ ଉମାକାନ୍ତ ନାୟକ ଓଡ଼ିଶାର ବଡ ସୃଜନଶୀଳତା ଉତ୍ସବ ହାକାଥନ ୩. ୦ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଅପରାହ୍ନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟଳୟ, ଜଗତସିଂହପୁର ପ୍ରଧାନ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଲକ୍ଷେହୀରା ଲlବନ୍ୟବତୀ ବେହେରା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଉଭୟ ଅଧିବେଶନରେ ଅତିଥିପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ଅଲଣାହାଟ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅମୂଲ୍ୟ କୁମାର ମିଶ୍ର । ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ୨୫ଟି ପ୍ରକଳ୍ପରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୫୦ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କର ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।

ସାରଳା ଉଚ୍ଚ ମାଧ୍ୟମିକ ବିଦ୍ୟlଳୟର ଛାତ୍ର ସତ୍ୟଜିତ ସାହୁ, ଗୋବିନ୍ଦ ନାରାୟଣ ଗିରିଙ୍କ ପ୍ରକଳ୍ପ “ଏମିସନ କଣ୍ଟ୍ରୋଲ ସିଷ୍ଟମ” ପ୍ରଥମ,ହରିଶପୁର ବଳଦେବଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋରିକିନାର ଛାତ୍ରୀ ରୁକେୟା ତବସମଙ୍କ ପ୍ରକଳ୍ପ” ୱେଷ୍ଟ ମ୍ୟାନେଜମେଣ୍ଟ ବ।ଏ ଏ ସ୍ମାର୍ଟ ଡଷ୍ଟବିନ ” ଦ୍ୱିତୀୟ,ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟର ଛାତ୍ରୀ ସମ୍ପୂର୍ଣ୍ଣ। ପଟ୍ଟନାୟକଙ୍କ “ୱେଷ୍ଟ ମ୍ୟାନେଜମେଣ୍ଟ “ପ୍ରକଳ୍ପ ତୃତୀୟ ସ୍ଥାନ ଏବଂ ପଞ୍ଚାୟତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ପ୍ରକଳ୍ପ “ଆଧୁନିକ କୃଷି ପ୍ରଣାଳୀ ଓ ତାହାର ସମସ୍ୟା “ଚତୁର୍ଥ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଥିଲ।  । ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅତିଥିଙ୍କ ଠାରୁ ୨୦, ୦୦୦, ୧୫, ୦୦୦, ଏବଂ ୧୦, ୦୦୦ଟଙ୍କା ଆର୍ଥିକ ପୁରସ୍କାର, ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ସୁପ୍ରିୟା ପ୍ରିୟଦର୍ଶିନୀ, ସସ୍ମିତା ଶତପଥି, ତ୍ରିନାଥ ରାଉତ, ବାବା ଆଶ୍ରିତ ସାମନ୍ତରାୟ, ନରେନ୍ଦ୍ର କୁମାର ବେହେରା, ସୁମିତ୍ରା ମଲ୍ଲିକ, ଦିଲ୍ଲୀପ କୁମାର ବାଗ ପ୍ରଭୁତି ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମ।ନେ ଉତ୍ସବ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *