୩ ବର୍ଷ ମଧ୍ୟରେ ହେବ ପୁରୀ ଅନ୍ତର୍ଜାତୀୟ ଗ୍ରୀନ୍ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର

୨୧ରୁ ଆରମ୍ଭ,୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର
ପୁରୀ, ୧୮/୦୨/୨୦୨୪ (ଓଡ଼ିଶା ସମାଚାର)- ବିଶ୍ୱ ପ୍ରସିଦ୍ଧ ପୁରୀରେ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛିାା ଏହି ବିଶାଳ ପ୍ରକଳ୍ପ ପାଇଁ ୨୨ ଶହ ୩ କୋଟି ଟଙ୍କାର ଟେଣ୍ଡର ରଖାଯାଇଛି । ଆସନ୍ତା ୨୧ ତାରିଖରୁ ଅନଲାଇନ୍ ମାଧ୍ୟମରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ଆଗାମୀ ଏପ୍ରିଲ ୨୧ ତାରିଖ ଯାଏଁ ଏହା ଜାରି ରହିବ । ଇଙ୍ଗକୋ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର କାର୍ଯ୍ୟକ୍ଷମ ହେଲା ପରେ ଆଧ୍ୟାତ୍ମିକ
ସହର ‘ଶ୍ରୀକ୍ଷେତ୍ର’ ଆକାଶପଥରେ ଯୋଡ଼ିହେବ । ଫଳରେ ପୁରୀକୁ ପର୍ଯ୍ୟଟନ କ୍ଷେତ୍ରରେ ଅଦ୍ଭୁତପୂର୍ବ ସଫଳତା ମିଳିବ । ଏଠାକୁ ଦେଶବିଦେଶରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ । ସୂଚନାଯୋଗ୍ୟ, ୧ ହଜାର ୧୬୪ ଏକର ପରିମିତ ଅଂଚଳରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେବ । ବିମାନ ଚଳାଚଳ ବିଭାଗର ସ୍ୱତନ୍ତ୍ର ଦଳ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିସାରିଛନ୍ତି । ପ୍ରସ୍ତାବିତ ବିମାନ ବନ୍ଦର ଶେଷ ହୋଇପାରିଲେ ପୁରୀ ଐତିହ୍ୟ ନଗରୀର ସ୍ୱପ୍ନ ସାକାର ହୋଇପାରିବ ବୋଲି ସେବାୟତ ଓ ବୁଦ୍ଧିଜୀବୀ ଆଶା ରଖିଛନ୍ତି । ପୁରୀରେ ବିମାନବନ୍ଦ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତି ଓ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଉଛି ।

Leave a Reply

Your email address will not be published. Required fields are marked *