ବର୍ଷ ପରେ ବର୍ଷ ବିତୁଛି , ତଥାପି ବିଚଣା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି    

ଗରଦପୁର,୧୧/୦୩/୨୦୨୪ (ଓଡ଼ିଶା ସମାଚାର)- ଏବେ ଫାଲଗୁନ ମାସରେ ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି । ଏବେ ଠାରୁ ବିଭାଗ ସତର୍କ ନ ରହିଲେ ପାନୀୟ ଜଳ ପାଇଁ ଲୋକମାନେ ବହୁ ସମସ୍ୟାରେ ପଡିବେ । ପାନୀୟ ଜଳ ଯୋଗାଣ ,ଅଚଳ ନଳକୂପ ମରାମତି ଓ ପାନୀୟଜଳ ପ୍ରକଳ୍ପଗୁଡିକରେ ରହିଥିବା ସମସ୍ୟାଗୁଡିକୁ ସୁଧାରିବା ଆଦି ଉପରେ ଏବେ ଠାରୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରୁ ଚର୍ଚ୍ଚା ହେଉଛି । ସେହିପରି ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା,ନୂଆପଡା ଗ୍ରାମ, ନୂଆପଡା ବଜାର,ଭୋଇ ସାହି ଓ ଚୌଧୁରୀ ସାହି ଆଦିରେ ପାନୀୟ ଜଳ ସଙ୍କଟ ଗ୍ରାମ ବୋଲି ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି । ବିଗତ ବର୍ଷରେ ପାନୀୟ ଜଳ ସଙ୍କଟ ରହିଥିବା ଏହି ପଂଚାୟତର ଲୋକମାନେ ନୂଆପଡା ବଜାରରେ ଗରା,ମାଠିଆ ରଖି ରାସ୍ତାରୋକ ଭଳି ପ୍ରତିବାଦ କରିଥିଲେ । ପ୍ରଶାସନ ପକ୍ଷରୁ  ନୂଆପଡା ବଜାର ଠାରେ  ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ଟାଙ୍କି ଦ୍ୱାରା ପାନୀୟ ଜଳ ଯୋଗାଣ କରାଯାଇ ଲୋକମାନଙ୍କୁ ପାନୀୟ ଜଳ  ଯୋଗାଯାଇଥିଲା । ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଚଣା ଗ୍ରାମ,ନୂଆପଡା ବଜାର ଓ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର କେତେକ ପଡାକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ଗତ ୨୦୨୧ମସିହା ଜାନୁୟାରୀ ୪ ତାରିଖରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ବିଚଣା ଗ୍ରାମର ଦୂର୍ଗା ମନ୍ଦିର ନିକଟସ୍ଥ ପଡିଆ ରେ  ଭିତି ପ୍ରସ୍ଥର ସ୍ଥାପନ କରିଥିଲେ । ଇତି ମଧ୍ୟରେ କେନ୍ଦ୍ରାପଡା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସେଠଶରେ  ବୋର୍ରିଂ କରାଯିବା ପରେ ଦୀର୍ଘ ଦିନ ପାଇଁ କାର୍ଯ୍ୟ ବନ୍ଦ ରହିଥିଲା । କାର୍ଯ୍ୟ ବନ୍ଦ ରହିବାର କିଛି ମାସ ପରେ ଲୋକମାନଙ୍କ ଦାବି ପରେ ପ୍ରଶାସନ ପକ୍ଷରୁ ବୋରିଂ କରାଯାଇଥିବା ସ୍ଥାନରେ ଏକ ପମ୍ପ ଘର ନିର୍ମାଣ କରାଯାଇଥିଲା । ମାତ୍ର ଏହି ପ୍ରକଳ୍ପରୁ  ସମ୍ପୃକ୍ତ ଗ୍ରାମର ଲୋକମାନଙ୍କୁ ପାନୀୟ ଜଳ ଯୋଗାଣ କେବେ କରାଯିବ ସେ ନେଇ ବିଭାଗ ପକ୍ଷରୁ କିଛି ଉତର ମିଳି ପାରୁନାହିଁ । ବିଚଣା ଗ୍ରାମରେ ଦୁଇଟି ନଳକୂପ ରହିଛି , ଯାହାକି ଯଥେଷ୍ଟ ନୂହେଁ ।ଏହି ଗ୍ରାମର କେତେକ ଲୋକ ନିକଟସ୍ଥ ହରିଦାସପୁର ଗ୍ରାମର ନଳକୂପରୁ ପାନୀୟ ଜଳ ନେଉଛନ୍ତି । ଏଥି ପ୍ରତି ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେଇ ବିଚଣା ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇପାରିଲେ ଲୋକମାନେ ଉପକୃତ ହୋଇ ପାରିବେ । ନଚେତ୍ ଆଗାମୀ ଗ୍ରୀଷ୍ମ ପ୍ରବାହ ସମୟରେ ଜଳ ସଙ୍କଟ ଭଳି ଗୁରୁତର ସମସ୍ୟା ସୃଷ୍ଟି ହେବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଏଥି ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

Leave a Reply

Your email address will not be published. Required fields are marked *