ମିଡିଆ ହାଉସ୍ ଦାମନଯୋଡିର ୫ମ ବାର୍ଷିକୋତ୍ସବ

ଦାମନଯୋଡି, ୧୫/୦୭/୨୦୨୬ (ଓଡ଼ିଶା ସମାଚାର)- କୋରାପୁଟ ଜିଲା ଶିଳ୍ପାଂଚଳ ଦାମନଯୋଡିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସଂଘ ମିଡିଆ ହାଉସ୍ ଦାମନଯୋଡିର ୫ମ ବାର୍ଷିକୋତ୍ସବ ୧୪ ତାରିଖ ସନ୍ଧ୍ୟାରେ ସେକ୍ଟର -୨ ସ୍ଥିତ କମ୍ୟୁନିଟି ସେଂଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ନରସିଂହ ବ୍ରହ୍ମାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦେଶକ ଇଂ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଅନ୍ୟ ପକ୍ଷରେ ନାଲକୋ ପରିବେଶ, ଟାଉନସିପ ପରିଚାଳନା ତଥା ସମ୍ପୂର୍ଣ୍ଣ ଗୁଣବତା ନିୟନ୍ତ୍ରଣ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି, ଖଣି ଅଂଚଳ ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ସୁରେଶ ବାତୁଲା ଓ ଉପ ମହାପ୍ରବନ୍ଧକ ସମୀର ରଞ୍ଜନ ମାଝୀ, ବରିଷ୍ଠ ଅଧିକାରୀ ଅରୁଣ କୁମାର ମହାନ୍ତି ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ପୂର୍ବକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଓ ପରେ ପରେ ସଂଘର କାର୍ଯ୍ୟରତ କୋଷାଧ୍ୟକ୍ଷ ସ୍ୱର୍ଗତ ରବୀନ୍ଦ୍ର କୁମାର ବିଶ୍ୱାଳଙ୍କ ଗତ ୧୧ତାରିଖରେ ଅକାଳ ବିୟୋଗ ପାଇଁ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *