ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

ଜଗତସିଂହପୁର ୦୩/୦୫/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ମଣ୍ଡାସାହି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧକ୍ଷ୍ୟ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହର ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଅଦଲତାର ନିବନ୍ଧକ ତଥା ଭାରପ୍ରାପ୍ତ ପ୍ରାଧିକରଣ ସଚିବ ଶ୍ରୀମତୀ ବିଶ୍ଵକଳ୍ପିତା ମହାନ୍ତି, ଏସ୍.ଡି.ଜେ.ଏମ୍ ପ୍ରତ୍ୟୁଷ କୁମାର ଚାନ୍ଦ, ମୁନଶିଫ ସଂକେତ କୁମାର ସାମଲ, ଜେଏମ୍ଏଫ୍ ସି ଅଙ୍କିତ ଦେୱାଙ୍ଗନ, ଶିକ୍ଷାନବିଶ ଅଧିକାରୀ ଶ୍ରୀୟଙ୍କା ଦାସ, ଅତିରିକ୍ତ ଶ୍ରମ ଅଧିକାରୀ ଶାନ୍ତନୁ କୁମାର ବ୍ରହ୍ମା, ସରପଞ୍ଚ ପୁଷ୍ପଲତା ଦାସ, ପାରା ଲିଗାଲ୍ ସ୍ବେଛାସେବୀ, ଅଦାଲତ କର୍ମକର୍ତା ତଥା ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

ଜିଲ୍ଲା ଅଦାଲତାର ନିବନ୍ଧକ ଶ୍ରୀମତୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଜଜ୍ ଶ୍ରୀ ନାୟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିପରି ମାଗଣା ଆଇନ ସେବା ପାଇପାରିବେ ଏହି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହର ପ୍ରସାଦ ପଟ୍ଟନାୟକ ଶ୍ରମ ଆଇନ ବିଷୟରେ ଜନସାଧାରଙ୍କୁ ସଚେତନ କରାଇଥିଲେ । ଜିଲ୍ଲା ଅଦାଲତାର ନିବନ୍ଧକ ଶ୍ରୀମତୀ ମହାନ୍ତି କେଉଁ କେଉଁ ବର୍ଗର ବ୍ୟକ୍ତିମାନେ ମାଗଣାରେ ଆଇନ ସେବା ପାଇପାଇରିବେ ଏହି ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଚାରପତିମାନଙ୍କ ଦ୍ଵାରା ମୋଟ ୬ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନରାଶି ବଣ୍ଟନ କରଯାଇଥିଲା । ଶେଷରେ ସରପଞ୍ଚ ଶ୍ରୀମତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *