ବୀରରାମଚନ୍ଦ୍ରପୁର ଯୁବସଂଘର ବାର୍ଷିକ ଉତ୍ସବ

ବୀରରାମଚନ୍ଦ୍ରପୁର, ୧୭/୧୦/୨୦୨୪ (ଓଡ଼ିଶା ସମାଚାର)- ଆଜି ବୀରରାମଚନ୍ଦ୍ରପୁର ଯୁବସଂଘ ପାଳନ କରିଛି ଏହାର ୧୧୬ତମ ବାର୍ଷିକ ଉତ୍ସବ। ଏହି ଉପଲକ୍ଷେ ଯୁବସଂଘ ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନିୟ ବିଧାୟକ ଶ୍ରୀଯୁକ୍ତ ଓମପ୍ରକାଶ ମିଶ୍ର ମୁଖ୍ୟଅତିଥି,ପୁରି ସାଂସଦ ଶ୍ରୀଯୁକ୍ତ ସମ୍ବିତ ପାତ୍ର, ବଡ ଖବର ନିୟୁଜ୍ ଚ୍ୟାନେଲ ମୁଖ୍ୟ ଶ୍ରୀଯୁକ୍ତ ଅର୍ଦ୍ଧେନ୍ଦୁ ଶେଖର ଦାସ, ସାକ୍ଷୀଗୋପାଳ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସତ୍ୟବାଦୀ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିବାରେ ସଂଘର କର୍ମକର୍ତ୍ତା,ଶ୍ରୀ ରଜନୀକାନ୍ତ ମିଶ୍ର, ସୌଜନ୍ୟକାନ୍ତ ଦାଶ,ଭାସ୍କର ମହାପାତ୍ର, ହିମାଂଶୁ ପତି,ସବୁଜ କେଶରୀ ମିଶ୍ର, ପ୍ରଭାତ କୁମାର ମିଶ୍ର, ବସନ୍ତ ମିଶ୍ର, ରବିନ୍ଦ୍ର ଦାଶ ଏବଂ ନିରଞ୍ଜନ ମିଶ୍ର ପ୍ରମୁଖ ସହାୟତା କରିଥିଲେ। ସଭା ସରିବାପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଫଫଆଖିର ଜନମ କାନ୍ଦିବା ପାଇଁ ଫଫନାଟକ ଗ୍ରାମର କଳାକାରମାନଙ୍କୁ ନେଇ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *