କଟକ ସଦର ,୨୮/୦୨/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପ୍ରଧାନ ମାର୍କେଟ କମ୍ପ୍ଲେକ୍ସ ଠାରେ ଆଜି ଶନିବାର ଦିନ ଶୁଭେନ୍ଦୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏକ ମାଗଣା ୟୁରୋଲୋଜି (ମୁତ୍ରାଶୟ) ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ପ୍ରିତମ ପଟ୍ଟନାୟକ ଯୋଗ ଦେଇ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରି ମାଗଣା ୱଷଧ ପ୍ରଦାନ କରିଥିଲେ।ଏହା ପରଠାରୁ ଏଠାରେ ଏହି ଚିକିତ୍ସା ସୁବିଧା ନିୟମିତ ଉପଲବ୍ଧ ହେବ ବୋଲି ଅର୍ଧେନ୍ଦୁ ଶେଖର ପଣ୍ଡାଙ୍କ ପକ୍ଷରୁ ଜଣାପଡିଛି।
ଶିଶିର ପରିଚାଳନା ରେ ସୁକାନ୍ତ କୁମାର ସାହୁ, ବିଷ୍ଣୁ ଚରଣ ସାହୁ, ପ୍ରମୋଦ କୁମାର ବାରିକ, ରଞ୍ଜନ କୁମାର ରଣା, ସୁନିତା ସ୍ୱାଇଁ, ସୋନାଲୀ ବେହେରା,ଆଲିସା ସ୍ୱାଇଁ ପ୍ରମୁଖ ସହାୟତା କରିଥିଲେ।
