ଭୁବନେଶ୍ବର, ୧୧/୦୫/୨୦୨୪ (ଓଡ଼ିଶା ସମାଚାର)- ଧର୍ମପରାୟଣ ମହୀୟସୀ ମହିଳା ସରସ୍ଵତୀ ସେନାପତିଙ୍କର ଗତ ଶୁକ୍ରବାର ସକାଳ ସମୟରେ ପରଲୋକ ହୋଇଯାଇଛି। ସ୍ବର୍ଗତ ସରସ୍ଵତୀ ଲକ୍ଷ୍ମୀସାଗର ବିଡିଏ କଲୋନୀ ନିବାସୀ ସ୍ଵର୍ଗତ ନାରାୟଣ ସେନାପତିଙ୍କର ଧର୍ମପତ୍ନୀ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ମହିଳା ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ମୃତ୍ୟୁ ସମୟରେ ତାଙ୍କ ଅନ୍ତିମ ଶଯ୍ୟା ନିକଟରେ ତିନି ପୁତ୍ର, ପୁତ୍ରବଧୂ, ଦୁଇ ଝିଅ ଓ ଜ୍ବାଇଁ, ନାତିନାତୁଣୀ, ବନ୍ଧୁ ବାନ୍ଧବ ଓ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ।ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ଵର୍ଗଦ୍ଵାର ଠାରେ କରାଯାଇ ଥିଲା। ତାଙ୍କ ଆମର ଆତ୍ମାର ସଦ୍ ଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପରିବାର ବର୍ଗ ଓ ଆତ୍ମୀୟସ୍ବଜନ ସମବେତ ହୋଇ ପାର୍ଥନା କରିଥିଲେ।