ସମୃଦ୍ଧ ଓଡିଶା ପକ୍ଷରୁ “ଆଇଲର୍ଣ୍ଣ” ଶିକ୍ଷା ଅନୁଷ୍ଠାନ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୦/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିକ୍ଷ୍ୟାକୁ ବ୍ରତ ବୋଲି ଗ୍ରହଣ କରି ଆଗକୁ ଆଗକୁ ବଢ଼ି ଚାଲିଥିବା ଅନୁଗୁଳ ଜିଲ୍ଲାର ତାଳଚେର ଠାରେ ଅବସ୍ଥାପିତ ଆଇଲର୍ଣ୍ଣ ଶିକ୍ଷାନୁଷ୍ଠାନକୁ ମିଳିଛି ପୁଣି ଏକ ସଫଳତା। ସମୃଦ୍ଧ ଓଡିଶା ପକ୍ଷରୁ  ଆଇଲର୍ଣ୍ଣକୁ ଏକ ଆଦର୍ଶ ଶିକ୍ଷା ଅନୁଷ୍ଠାନ ବୋଲି ବିବେଚନା କରଯାଇଛି।

ଭୁବନେଶ୍ୱର  ଠାରେ ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନୀତ ଅତିଥି ଭାବେ ବିଧାୟକ ବାବୁ ସିଂ, ଏକତା ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ସାମାଜିକ କର୍ମି ଇଞ୍ଜିନିୟର ଦୀପ୍ତି ରେଖା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନିଜର ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଗୁଳ ସମେତ ରାଜ୍ୟର କୋଣ ଅନୁକୋଣରୁ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରି ଥିବା ଆଇଲର୍ଣ୍ଣ  ସମେତ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା

ବହୁ ଅନୁଷ୍ଠାନ, ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମୃଦ୍ଧ ଓଡିଶାର ଅଧ୍ୟକ୍ଷ ଡା: ସୁଧୀର ପଟ୍ଟନାୟକ ଅଧ୍ୟକ୍ଷତା କରି ଥିବା ବେଳେ ଅନୁସୟା ସାହୁ, କବି ଓ ନାଟ୍ୟକାର ଯାମିନି କାନ୍ତ ଦାସ ପ୍ରମୁଖ ମଞ୍ଚାସିନ ହୋଇ ଥିଲେ। ତେବେ ନୂତନ ପଦ୍ଧତି ଆପଣେଇ ସ୍ୱତନ୍ତ୍ର ପଠନ ନୀତି ଅବଲମ୍ବନ କରି ମେଧାବୀ ଛାତ୍ରଛାତ୍ରୀ ବାହାର କରିବାରେ ତାଳଚେରର ଏହି ଆଇଲର୍ଣ୍ଣ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଆଇଲର୍ଣ୍ଣର ଉପଦେଷ୍ଟା ଇଂ ମନୋରଞ୍ଜନ ପାଣି ଏହି ସ୍ୱତନ୍ତ୍ର ବାର୍ଷିକ ଉତ୍ସବରେ ଯୋଗ ଦେଇ ଆଇଲର୍ଣ୍ଣ ତରଫରୁ ଉପଢୌକନ ମାନପତ୍ର ଗ୍ରହଣ କରି ସମ୍ବର୍ଦ୍ଧିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *