ଜଗତସିଂହପୁର ଜିଲ୍ଲା ୧୪ ବର୍ଷ ରୁ କମ୍ ମୁଖ୍ୟମନ୍ତ୍ରୀ ଫୁଟବଲ୍ ଟ୍ରଫି ଉଦଯାପିତ

ଜଗତସିଂହପୁର ୩୦/୦୪/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ରାଜ୍ୟ ସ୍ତରୀୟ ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ମୁଖ୍ୟମନ୍ତ୍ରୀ ଫୁଟବଲ୍ ଟ୍ରଫି ତା ୨୪-୦୪-୨୦୨୬ ରିଖ ଠାରୁ ଆରମ୍ଭ ହୋଇ ଆଜି ତା ୩୦-୦୪-୨୦୨୬ରିଖ ରେ ଉଦଯାପିତ ହୋଇଯାଇଛି।ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଜିଲ୍ଲା କ୍ରୀଡା ସଂସଦର ମିଳିତ ଆନୁକୂଲ୍ୟରେ ଏହି ଟ୍ରଫି ଆୟୋଜିତ ହୋଇଥିଲା ।

ଏଥିରେ ବାଳକ ବିଭାଗ ତରଫରୁ ୬ ଗୋଟି ଦଳ ଓ ବାଳିକା ବିଭାଗରୁ ୪ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ।ବାଳକ ବିଭାଗରେ ପୋର୍ଟ କ୍ଲବ , ପାରାଦୀପ ଓ ୟୁ.ଜି  ହାଇ ସ୍କୁଲ, ପୁରଣ ଟାଇଗର,ରଘୁନାଥପୁର ମଧ୍ୟରେ ସଙ୍ଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା।ଶେଷରେ ପୋର୍ଟ କ୍ଲବ, ପାରାଦୀପ ୧-୦ ଗୋଲରେ ଚାମ୍ପିଅନ ଟ୍ରଫି ହାସଲ କରିନେଇଥିବା ସଙ୍ଗେ ସଙ୍ଗେ ପୂରଣ ଟାଇଗର  runners up ହୋଇଥିଲେ ଓ ବାଳିକା ବିଭାଗରେ govt. ହାଇ ସ୍କୁଲ,ପୂରଣ ଚାମ୍ପିଅନ ଟ୍ରଫି ହାସଲ କରିବା ସଙ୍ଗେ ସଙ୍ଗେ ବୋରିକିନା ହାଇ ସ୍କୁଲ ବାଳିକା ଦଳ runners up ହୋଇଥିଲେ। ଏଥିରେ କ୍ରୀଡା ସଂସଦ ସଂପାଦକ  ଶ୍ରୀ ଦୋଳଗୋବିନ୍ଦ ଦାଶ , ଉପସଭାପତି ଶ୍ରୀକାନ୍ତ ଚୌଧୁରୀ,ସାଧୁ ଚରଣ ମହାନ୍ତି, ପ୍ରସନ୍ନ କୁମାର ମହାନ୍ତି ଓ ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ଵ ବିଜୟିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି  ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ ଓ କ୍ରୀଡା ପରିଚାଳନାରେ କ୍ରୀଡା ଶିକ୍ଷକମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *