କଟକ ସଦର,୦୨/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ମହାନଗର ନିଗମ (ସିଏମସି)ର ବିଭିନ୍ନ ଅନୈତିକ କାର୍ଯ୍ୟକଳାପ କୁ ନେଇ ମେୟର ଙ୍କ ସମେତ କମିଶନର ଙ୍କୁ ସାମାଜିକ ଗଣମାଧ୍ୟମରେ ତାତ୍ସଲ୍ୟ କରିଛନ୍ତି କଟକ ନଗର ବିଜେପି ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ। ସବୁ ସୀମା ସରହଦ ଟପି କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଦୂର୍ନିତିଗ୍ରସ୍ତ ମାନଙ୍କୁ ସରକାର ସମ୍ମାନୀତ କରିବାକୁ କଟାକ୍ଷ କରି ସୁକାନ୍ତ ବିଶ୍ୱାଳ ସରକାର ଙ୍କୁ ପ୍ରସ୍ତାଵ ଦେବା ପରେ ଏହାକୁ ନେଇ ଏଵେ କଟକ ସହରରେ ରାଜନୀତି ସରଗରମ ହୋଇଉଠିଛି।
ଅନ୍ୟପକ୍ଷରେ ଜିଲ୍ଲା ବିଜେପି ସଭାପତିଙ୍କ ଏଭଳି କଟାକ୍ଷ କୁ ନେଇ ରାଜ୍ୟ ବିଜେଡ଼ି କୋଷାଧ୍ୟକ୍ଷ ତଥା ସିଏମସି ମେୟର ସୁବାସ ସିଂ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଜେପି ବର୍ତମାନ ସରକାର ରେ ଥିବା ବେଳେ କିଭଳି ଏହା ସମ୍ଭଵ ହୋଇପାରୁଛି ବୋଲି ନିଜେ ବୁଝିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।ଦୋଷ ସବୁ ତାଙ୍କର ବୋଲି ମେୟର ପାଲଟା ଜଵାଵ ରଖିଛନ୍ତି। ତେବେ ଆଗକୁ ବିଜେପି ବିଜେଡ଼ି ମଧ୍ୟରେ ଉପୁଜିଥିବା ତୁତୁ ମେଁମେଁ କଥା କଟାକଟି କେଉଁ ମୋଡ଼ ନେଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
