ଯାଜପୁର ମେକାନିକ  ମହାସଂଘ ପକ୍ଷରୁ ଆର୍ଥିକ ସହାୟତା 

ଯାଜପୁର, ୧୧/୦୨/୨୦୨୫ (ଓଡ଼ିଶା ସମାଚାର)-   ସ୍ୱର୍ଗତ ଅଶୋକ କୁମାର ସାହୁ ଙ୍କ ପରିବାରକୁ  ଯାଜପୁର ମେକାନିକ ସଂଘ  ୬୦୦୦୦ ଟଙ୍କାର  ଅର୍ଥରାଶି ସହାୟତା ପ୍ରଦାନ କରିଛି ।ସୂଚନା ମୁତାବକ  ସ୍ବର୍ଗତ ଅଶୋକ  ସାହୁ କୁଆଖିଆ ବରୁହା ନିଅପାଟଣା ଅଞ୍ଚଳର  ଇଲେକ୍ଟ୍ରିକାଲ  ଡାଇନାମା ମିସ୍ତ୍ରୀ ଭାବେ  କାର୍ଯ୍ୟ କରି ପରିବାର ପୋଷଣ କରୁଥିଲେ। ହଠାତ ଏକ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି  ବିପଦ ସମୟରେ ଯାଜପୁର ମେକାନିକ ସଂଘ ର ସମସ୍ତ  ସଦସ୍ୟ ମାନଙ୍କ ପ୍ରଚେଷ୍ଟାରେ ଉକ୍ତ ଅର୍ଥ ସଂଗ୍ରହ ହୋଇ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଅଛି । ମହା ସଂଘ ର ଏତାଦୃଶ ସେବା କାର୍ଯ୍ୟପାଇଁ ପରିବାର ,ଗ୍ରାମବାସୀ ଙ୍କ ପକ୍ଷରୁ ଧନ୍ୟବାଦ ପ୍ରଦାନ କାରାଯାଇଅଛି।

Leave a Reply

Your email address will not be published. Required fields are marked *