ଭୁବନେଶ୍ୱର, ୦୫/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟ ନଗର ଲେଡିଜ ଫୋରମ୍ ତରଫରୁ ସ୍ଥାନୀୟ ଜୟଦେବ ଭବନରେ ବୁଧବାର ଦିନ ଫୋରମର ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ତ୍ବାବଧାନରେ ଅଭିରୁଚି ଶିଶୁ ପ୍ରତିଭା ସମ୍ମାନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି, ଐତିହାସିକ ଓ ପ୍ରତ୍ନତତ୍ତ୍ଵବିତ ଅନିଲ ଧର, ଅବସରପ୍ରାପ୍ତ ପ୍ରଶାସକ ଗୋସ୍ବାମୀ ଗୋଲାମ୍ ଦେବତା, ପାରାଦ୍ବୀପ ଫସଫେଟ୍ ଲିଃ. ମହାପ୍ରବନ୍ଧକ ସୁଧୀ ରଞ୍ଜନ ମିଶ୍ର, ଲେଡିଜ ଫୋରମର ମୁଖ୍ୟ ପରାମର୍ଶଦାତା ନିଶିକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦ୍ଘାଟନ ସହ ଫୋରମର ବାର୍ଷିକ ପତ୍ରିକା “ଅଭିରୁଚି” ଉନ୍ମୋଚନ କରିଥିଲେ। ଫୋରମ ତରଫରୁ ଛୋଟ ପରଦାରେ ଅଭିନୟ କରି ସଫଳତା ହାସଲ କରିଥିବା ଶିଶୁ କଳାକାର ସାଇ କ୍ରିଷ୍ଣା ସାହାଣୀଙ୍କୁ ‘୨୦୨୪ ଅଭିରୁଚି ଶିଶୁ ପ୍ରତିଭା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ରାଇମ୍ସ୍ ଓଡ଼ିଶୀ ଏବଂ ଆଧୁନିକ ନୃତ୍ୟର ବିଚାରକଙ୍କୁ ସମ୍ମାନିତ କରାଯାଇଥିଲା। ସାସ୍କୃତିକ ସନ୍ଧ୍ୟାରେ ଯାଦୁକର ଅନୁପମ ବୋଷ ମ୍ୟାଜିକ ଶୋ ପରିବେଷଣ କରିଥିଲେ। ଆନି ଶତପଥୀ କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ସଫଳ ରୂପାୟନ ପାଇ ଅନୁଷ୍ଠାନର ସଦସ୍ୟା ଦିପ୍ତୀପ୍ରଭା ରଥ, ଶୋଭେଦିତା ରାୟ, ଦିପ୍ତୀ ବେହେରା, ଲକ୍ଷ୍ମୀପ୍ରିୟା ମିଶ୍ର, ରୀନା ନାୟକ, ସରିତା ପଟ୍ଟନାୟକ, ଉମା ଶତପଥୀ, ସ୍ବର୍ଣ୍ଣବାଳା ନାୟକ, ଅର୍ଚ୍ଚନା ପୃଷ୍ଟି, ବନ୍ଦନା ଦାଶ କାନୁନଗୋ, ରାନୁ ସୁବ୍ରତ ବନ୍ଦୋପାଧ୍ୟାୟ, ସହକର୍ମୀ ଗୋବିନ୍ଦ ପାତ୍ର, ହ୍ୟାରୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।