“ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମ

 ‘ଗୀତ ଲେଖିବାକୁ ଅକ୍ଷୟ ମହାନ୍ତିଙ୍କ ଠାରୁ ଚାପୁଡ଼ା ଖାଇଥିଲି ‘ : ଗୀତିକାର ସଚ୍ଚି ମହାନ୍ତି

ଭୁବନେଶ୍ୱର,୨୬/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମ୍ପର୍କ ଓ ସଂଘର୍ଷ ତାଙ୍କ ଗୀତିକାର ଜୀବନର ସୃଜନ ଭୂମି ବୋଲି କହିଛନ୍ତି ଖ୍ୟାତନାମା ଗୀତିକାର ସଚ୍ଚି ମହାନ୍ତି । ସଫଳ ଗୀତି କବିତା ଲେଖିବା ପାଇଁ ନିଷ୍ଠା, ଅଧ୍ୟୟନ ଓ ପର୍ଯ୍ୟବେକ୍ଷଣ ଦରକାର ।

ସ୍ଥାନୀୟ ଗୀତଗୋବିନ୍ଦ ସଦନ ସଭା ପ୍ରକୋଷ୍ଠରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ ” ରେ ଯୋଗ ଦେଇଛି ଗୀତିକାର ଶ୍ରୀ ମହାନ୍ତି ତାଙ୍କ ସୃଜନ ଯାତ୍ରା ଉପରେ ଆଲୋକପାତ କରିଥିଲେ । ଗୀତି କବିତାକୁ  ସାରସ୍ୱତ ମର୍ଯ୍ୟାଦା ମିଳୁ ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ ।  ସଫଳ ଗୀତ ଲେଖିବା ପାଇଁ ସେ ଅକ୍ଷୟ ମହାନ୍ତିଙ୍କ ଠାରୁ ଚାପୁଡ଼ା ଖାଇଥିଲେ ବୋଲି ସେ ପ୍ରକାଶ କରିଥିଲେ |ବିଶିଷ୍ଟ ସିନେ -ଗବେଷକ ସୂର୍ଯ୍ୟ ଦେଓ ଶ୍ରୀ ମହାନ୍ତିଙ୍କ ସହିତ କଥାବାର୍ତା କରିଥିଲେ ।

ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୁବ କବି ରଶ୍ମିରେଖା ଦାସ “ଏ ମାସର  କବି ”  ଭାବରେ  ଯୋଗ ଦେଇ କବିତା ପାଠ କରିଥିଲେ ।

ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର ଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସଭାପତି ମିନତି ଦାଶ (ମାନୀ) ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ କବିତା ପାଠୋତ୍ସବ ହୋଇଥିଲା । ପ୍ରଦ୍ୟୁମ୍ନ ପଟ୍ଟନାୟକ, ବିଧୁ ତ୍ରିପାଠୀ, ମିନତି ମିଶ୍ର, ହରିହର ବଳବନ୍ତରାୟ, ନିରୁପମା କର, ପବିତ୍ର ବାରିକ, ଅଶୋକ ସିଂହ, ରଜନୀ ପଟ୍ଟନାୟକ, ପ୍ରହରାଜ ଜୟ ନାରାୟଣ ନନ୍ଦ, ଧ୍ରୁବ ଚରଣ ସେଠୀ, ସୁଧା ପଟ୍ଟନାୟକ, ଅଲେଖ ରାଉତ, ପ୍ରିୟ ସାହୁ, ନନ୍ଦ କିଶୋର ବିଶ୍ୱାଳ, ସ୍ଵର୍ଣ୍ଣଲତା ମହାପାତ୍ର, ସୁସ୍ମିତା ଶତପଥି, ପବିତ୍ର ମୋହନ କର, ସ୍ନିଗ୍ଧା ସ୍ୱାଇଁ, ଗୀତାଞ୍ଜଳି ଦଳାଇ, ମଧୁମିତା ମିଶ୍ର, ନିରୁପମା ରଥ, ମଧୁସ୍ମିତା ସା, ଶ୍ୟାମାକିଙ୍କର ମହାନ୍ତି, ଅନ୍ତର୍ଯ୍ୟାମୀ ପ୍ରଧାନ, ଭିକାରୀ ଧଳ , ମାନିନୀ ଜେନା, ସଞ୍ଜୁଲତା ମହାନ୍ତି (ପଟ୍ଟନାୟକ), ଚିତ୍ତରଞ୍ଜନ ବର୍ମା, ସଂଘମିତ୍ରା ମହାପାତ୍ର, ଶର୍ମିଷ୍ଠା ମହାପାତ୍ର,  ସୁଶାନ୍ତ ଷଡ଼ଙ୍ଗୀ ଓ  ଇତିଶ୍ରୀ ପତି ପ୍ରାୟ  ଚାଳିଶରୁ ଅଧିକ କବି ଲେଖା ପାଠ କରିଥିବାବେଳେ ଅନ୍ୟତମ ଉପସଭାପତି ବିଭୁତି ପାଣିଗ୍ରାହୀ  ଧନ୍ୟବାଦ ଅର୍ପଣ କରିଥିଲେ ।

-0-

 ରକ୍ଷକ ନାୟକ ,କାର୍ଯ୍ୟକାରୀ ସଭାପତି ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *