ଧାରିବିଲ ରେ ପାଟୁଆ ଯାତ୍ରା ଅନୁଷ୍ଠିତ

ରଘୁନାଥପୁର,୧୪/୦୪/୨୦୨୬ (ଓଡ଼ିଶା ସମାଚାର)-ସ୍ଥାନୀୟ୍ ମଣିଜଙ୍ଗ ପଂଚାୟତ ଅନ୍ତର୍ଗତ ଧାରିବିଲ ଠାରେ ପ୍ରତିଷ୍ଠିତ ତେନ୍ତୁଳୀ ଠାକୁରାଣୀ ଭାବେ ଖ୍ୟାତ ମା ରାମଚଣ୍ଡୀ ପୀଠରେ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟକ ମାନସିକଧାରୀ ପାଟୁଆ ମାନେ ଯାଇ ମା ଙ୍କ ସମ୍ମୁଖରେ ଶରଣ ଯାଇଥିଲେ । ମାଙ୍କ ପୂଜକ ମାଙ୍କ ପାଦୁକ ଆଣି ମାଙ୍କ ଶରଣ ଯାଇଥିବା ବ୍ରତଧାରୀ ପାଟୁଆ ମାନଙ୍କ ଉପରେ ସିଂଚନ କଲାପରେ ପାଟୁଆ ମାନେ ଯାଇ ନିକଟସ୍ଥ ଅଶୃଖଳାରେ ସ୍ନାନ କରିବା ପରେ ପୁଣି ମାଙ୍କ ପିଠକୁ ଆସି ମା ଙ୍କ ସମ୍ମୁଖରେ ଓ ମା ଙ୍କ ପୀଠ ପରିକ୍ରମା କରି ନୃତ୍ୟ ପ୍ରଦର୍ଶନ କରିଥିଲେ ।

ପାଟୁଆ ମାନଙ୍କର ଉଦଣ୍ଡ ନୃତ୍ୟ କୁ ଲୋକମାନେ ଉପଭୋଗ କରିଥିଲେ । ବିଶେଷକରି ଛୋଟ ଛୋଟ ମାନସିକଧାରୀ ପାଟୁଆ ମାନଙ୍କ ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପୀଠ ରେ ପହଂଚି ମା ଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ । ଗ୍ରାମର ଉତ୍ସାହୀ ଯୁବକମାନେ ସହଯୋଗ କରିଥିଲେ । ମାହାଳହାଟ ଫାଣ୍ଡି ପୁଲିସ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଆଜି ଓ ଆସନ୍ତା କାଲି ଦୁଇ ରାତି ରାମଲୀଳା ପରିବେଷଣ ର ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *