ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ସମୀକ୍ଷା ବୈଠକ ।

ଯାଜପୁର,୧୧/୦୪/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପୱନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସମ୍ୱନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।  ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଶ୍ରୀ ଅଂଶୁମାନ ଶତପଥୀ,  ଜିଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ କୁଳମଣି ନାୟକ, ଡେପୁଟି କଲେକ୍ଟର ସୁଶ୍ରୀ ସାଶ୍ୱତୀ ସାଡୁଆଲ, ଡେପୁଟି କଲେକ୍ଟର ତଥା ଏମସିଏମସି ନୋଡାଲ ଅଫିସର ଶ୍ରୀ ବରିଆଲ ମୁର୍ମୁ, ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଡିଇଜିଏମ୍  ଶ୍ରୀ ସାରଦା ପ୍ରସାଦ ଜେନା, ଟିମ୍ ଲିଡର, ଡିଏମଏପଂ୍ ଡଃ ସୁବାଶିଷ, ଜିଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ସାହୁ ଏବଂ ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

                ଜିଲାରେ ନିର୍ବାଚନ ସମୟରେ ଏମସିଏମସି ସେଲର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ୱନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ । ସେହିପରି ପୋଷ୍ଟାଲ ବାଲଟ ପେପର ନିର୍ଗମନ କରିବା ଓ ଭୋଟ ଦେବା, ରାଜନୈତିକ ଦଳ ଚିହ୍ନ ଓ ପିଂ୍ର ସିମ୍ୱଲ ପ୍ରାପ୍ତ ହେବା, ମହିଳା ଭୋଟର ମାନଙ୍କ ନିମନ୍ତେ ସଖୀ ବୁଥ୍ ପରିଚାଳନା, ପ୍ରେତ୍ୟେକ ବୁଥ୍ ମାନଙ୍କରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବା, ୮୫ ବର୍ଷରୁ ଅଧିକ ବୟସର ଭୋଟର, ଶତକଡା ୪୦%  ରୁ ଅଧିକ ଭିନ୍ନକ୍ଷମ ଭୋଟର ମାନଙ୍କ ନିମନ୍ତେ ଆବଶ୍ୟକ ସ୍ଥଳେ ଘରେ ଭୋଟ ଦେବା ବ୍ୟବସ୍ଥା, ୱେବ୍ କାଷ୍ଟିଂ ବୁଥ୍, ଏମସିଏମସି ସେଲ, କଂଟ୍ରୋଲ ରୁମ୍ କୁ ଇଂଟରନେଟ୍ ସେବା ଯୋଗାଇବା ଆଦି ସମ୍ୱନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରି ନିର୍ବାଚନ ପ୍ରକ୍ରିୟାରେ ସମୟାନୁବର୍ତୀତା ହୋଇ ନିଷ୍ଠାପର ଭାବେ ସମସ୍ତ ଅଧିକାରୀ ତଥା କର୍ମଚାରୀ ଦାୟିତ୍ୱ ସମ୍ପାଦନ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।  ସେହିପରି ବୁଥ୍ ଲେବୁଲ ଅଧିକାରୀ ମାନଙ୍କର ଗୁରୁଦାୟିତ୍ୱ ଥିବା ହେତୁ ସେମାନେ କର୍ତବ୍ୟନିିଷ୍ଠା ଭାବେ ଦାୟିତ୍ୱ ସମ୍ପାଦନ କରିବାକୁ ଜିଲାପାଳ  ତଥା ଜିଲା ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀ କୃତିବାସ ବାରିକଙ୍କ ସମେତ ୧୦ ବ୍ଳକର ବ୍ଳକ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *