କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ୬୫ ତମ ସାମ୍ବତ୍ସରିକ ଉତ୍ସବ ଓ ୧୨୯ ତମ କ୍ଷେତ୍ରବାସୀ ଜୟନ୍ତୀ ପାଳିତ

ଖୋର୍ଦ୍ଧା,୨/୨/୨/୨୦୨୪(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ୬୫ ତମ ସାମ୍ବତ୍ସରିକ ଉତ୍ସବ ଓ ୧୨୯ ତମ କ୍ଷେତ୍ରବାସୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି। ମହାବିଦ୍ୟାଳୟ ପରିଚାଳନା ସଭାପତି ଡ ସଂଜୟ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାଷା ସାହିତ୍ୟରେ ରାଜ୍ୟ ସାହିତ୍ୟ ଏକାଡେମୀ ଦ୍ବାରା ପୁରସ୍କାର ପ୍ରାପ୍ତ ପ୍ରଫେସର ଦାସ ବେହେରା, ମୁଖ୍ୟ ବକ୍ତା ଭାବେ ଲେଖକ ତଥା ଉଚ୍ଚ ଶିକ୍ଷା ବିଭାଗର ପୂର୍ବତନ ସଚିବ ନିରଜଂନ ସାହୁ ଯୋଗ ଦେଇ ମୋବାଇଲ କୁ ଗୁରୁ କର ନାହିଁ ଚାକର କର, ମୋବାଇଲ କୁ କେବଳ ଆବଶ୍ୟକ ଅନୁଯାୟୀ ସହାୟତା ପାଇଁ ବ୍ୟବହାର କର। କେବଳ ଡିଗ୍ରୀ ହାସଲ କରିଦେଲେ ଜଣେ ଶିକ୍ଷିତ ହେଇପାରେନା, ଯିଏ ବୁଝି ବୁଝାଇ ପରେ ସେ ଶିକ୍ଷିତଶିକ୍ଷିତ ବୋଲି ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟ ପରିସରସ୍ଥ କ୍ଷେତ୍ରବାସୀ ରାଉତରାୟ ଙ୍କ ପ୍ରତିମୂର୍ତ୍ତି ପୁଷ୍ମମାଲ୍ୟ ଅର୍ପଣ କରିଥିଲେ ଅତିଥିଗଣ।ପରେ ଅଧ୍ୟକ୍ଷା ବ୍ରତତୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ।ଅଧ୍ୟାପକ ଚନ୍ଦନ ମିତ୍ରଙ୍କ ସହାୟତାରେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କ୍ରୁତୀ ଛାତଛାତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ମାନୀତ କରିଥିଲେ ଅତିଥିଗଣ। ଅଧ୍ୟାପକ ଡ ମ୍ରୁତ୍ୟୁଞ୍ଜୟ ରଥ ମଂଚ ପରିଚାଳନା କରିଥିବା ବେଳେ ଆବାହିକା ଅଧ୍ୟାପିକା କାଦମ୍ବିନୀ ସାହୁ। ଏହି କାର୍ୟ୍ୟକ୍ରମ ରେ ମହାବିଦ୍ୟାଳୟ ଆଲୁମିନି ସଦସ୍ୟ, ପରିଚାଳନା ସଭ୍ୟ ସଭ୍ୟା ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *