କଟକ ସଦର,୨୮/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସରକାରୀ ଚିନ୍ତାମଣି ଉଚ୍ଚ ବିଦ୍ୟାଳୟ କିଶନନଗର ର ବିଦ୍ୟାଳୟ ପରିଚାଳନା କମିଟି ଗତ ଜୁଲାଇ ୧୩ ତାରିଖରେ ପ୍ରଧାନ ଶିକ୍ଷୟିତ୍ରୀ ସବିତା ବେହେରା ଙ୍କ ପରିଚାଳନାରେ ଗଠନ ହୋଇଥିଲା।
ଏଥିରେ ୧୫ ଜଣ ସଭ୍ୟ/ ସଭ୍ୟା ମନୋନୀତ ହୋଇ ସେମାନଙ୍କ ମଧ୍ୟରୁ ସଭାପତି ଓ ଉପସଭାପତି ନିର୍ବାଚିତ ହୋଇଥିଲେ। ହେଲେ ଛାତ୍ର/ଛାତ୍ରୀ ଙ୍କ ଉପସ୍ଥାନ ଅନୁଯାୟୀ କମିଟିରେ ୧୯ ଜଣ ସଭ୍ୟ/ ସଭ୍ୟା ରହିବା ଦର୍ଶାଇ ମଣ୍ଡଳ ଶିକ୍ଷା ଅଧିକାରିଣୀ ଏହି କମିଟିକୁ ଆପୃଭ କରିନଥିଲେ। ଏଥିପାଇଁ ୧୭ ତାରିଖ, ଅଗଷ୍ଟ ୪ ଓ ଆଜି ଶୁକ୍ରବାର ୨୮ ତାରିଖରେ କମିଟି ଗଠନ ପାଇଁ ବୈଠକ ହୋଇଥିଲା। ହେଲେ ସବୁଥର ପରି କୋରମ ଅଭାବରୁ ବୈଠକ ବାତିଲ ହେଉଥିବା ଜଣାପଡିଛି।
ଯଦି ପ୍ରଥମରୁ ଗଠନ ହୋଇଥିବା କମିଟିରେ ଆଉ ୪ ଜଣ ସଭ୍ୟ/ସଭ୍ୟାଙ୍କୁ ନିଆଯାଇ କମିଟିକୁ କାର୍ଯ୍ୟକ୍ଷମ କରାଯିବ ତେବେ ବିବାଦର ଅନ୍ତ ଘଟିବ ବୋଲି ଅଭିଭାବକମାନେ କହିଛନ୍ତି। ଅନ୍ୟପକ୍ଷରେ କାହା ଭୁଲ ପାଇଁ ଆଜି କମିଟି ଗଠନ ନେଇ ବିବାଦ ଉପୁଜିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
