ନିଶ୍ଚିନ୍ତକୋଇଲି,୧୩/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନପୁର କେଉଟୁଲୀ ଗୋପୀନାଥପୁର ସ୍ଥିତ ଗଣପତି ଶିଶୁ ବିଦ୍ୟା ମନ୍ଦିର ଉନବିଂଶ ବର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ଉତ୍ସବ ରେ ମୁଖ୍ୟ ଅତିଥିଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ | ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ସେଠୀ କହିଥିଲେ ଯେ, ଶିଶୁମାନେ ହିଁ ଦେଶର ଭବିଷ୍ୟତ |

ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବା ଶିକ୍ଷାନୁଷ୍ଠାନ ତଥା ଅଭିଭାବକ ମାନଙ୍କ ଦାୟିତ୍ୱ | ଅନୁଷ୍ଠାନ ର ଅଧ୍ୟକ୍ଷ ହେମନ୍ତ କୁମାର ନନ୍ଦ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ବିଦ୍ୟା ବିକାଶ ସମିତି ର ସଭାପତି ଡ଼. ରମେଶ ଚନ୍ଦ୍ର ଦାଶ ଯୋଗ ଦେଇ ଉଦବୋଧନ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତଅତିଥି ସରପଞ୍ଚ ବିଶ୍ୱଭୂଷଣ ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା ଯୋଗ ଦେଇଥିଲେ | ସମ୍ପାଦକ ରଶ୍ମିକାନ୍ତ ସ୍ୱାଇଁ ସ୍ୱାଗତ ଭାଷଣଓ ଅତିଥି ପରିଚୟ ପ୍ରଦାନ କରିଥିଲେ | ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଆତିଥି ପୁରସ୍କୃତ କରିଥିଲେ |
ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ବିଜୟାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ କୁ ଉପାଧ୍ୟକ୍ଷ ସସ୍ମିତା ବରାଳ,ବିବାସିନୀ ସାହୁ,ସଂଗୀତା ନାଥ,ଲକ୍ଷ୍ମୀ ପ୍ରିୟା ପ୍ରଧାନ,ସସ୍ମିତା ସାମଲ ,ପ୍ରିୟ ଦର୍ଶିନୀ ରାଉତ, ରମାଦାସ,ରାଜଲକ୍ଷ୍ମୀ ମହାନ୍ତ, ମୋନାଲିସା ମହାନ୍ତ,ଅମରେନ୍ଦ୍ର ପଣ୍ଡା, ବର୍ଷା ରାଣୀ ଦାସ,ପୂଜା ମହାନ୍ତି ଓ ଅନ୍ନପୂର୍ଣ୍ଣା ବାରିକ ପରିଚାଳନା କରିଥିଲେ |
