ଭୁବନେଶ୍ୱର,୧୧/୦୪/୨୦୨୬ (ଓଡ଼ିଶା ସମାଚାର)-ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବଂଟାଯିବ ପୋଷାକ । ସ୍କୁଲ ୟୁନିଫର୍ମ ବଂଟନ ନେଇ ମାର୍ଗଦର୍ଶିକା ଜାରି ହୋଇଛି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଛୁଟି ଭିତରେ ସମସ୍ତଙ୍କୁ ୟୁନିଫର୍ମ ଯୋଗାଇ ଦିଆଯିବ । ୧୦ ତାରିଖ ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବା ସହ ୧୨ ତାରିଖ ସୁଦ୍ଧା ଏଜେନ୍ସି ଚୟନ କରାଯାଇ କାର୍ଯ୍ୟାଦେଶ ବଂଟନ କରାଯିବ । ଯେଉଁମାନେ ପୂର୍ବରୁ କାର୍ଯ୍ୟାଦେଶ ପାଇଥିଲେ ସେମାନଙ୍କ ନାଁରେ କିଛି ଅଭିଯୋଗ ଥିଲେ କାଟି ଦିଆଯିବ । ଯେଉଁମାନଙ୍କ ନାଁରେ କିଛି ଅଭିଯୋଗ ନାହିଁ ସେମାନଙ୍କୁ ପୋଷାକ ବଂଟନ ଦାୟିତ୍ୱ ଦିଆଯିବ । ସେପଟେ ସ୍କୁଲ ଛୁଟି ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କେବେ ସ୍କୁଲ ଛୁଟି ହେବ ସେ ନେଇ କିଛି ନିଷ୍ପତିି ହୋଇନି । ସମୟ ଦେଖି ସଠିକ୍ ସମୟରେ ନିଷ୍ପତିି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ
