ବଡ଼ବିଲ ସିଭିଲ ସୋସାଇଟି ର ବଡ଼ ସଫଳତା

ବଡ଼ବିଲ,୧୦/୦୪/୨୦୨୬ (ଓଡ଼ିଶା ସମାଚାର)- ବହୁତ ପ୍ରତିକ୍ଷିତ ରିଙ୍ଗ ରୋଡ଼ ର ଶୀଳାନାଶ୍ୟ ହବାକୁ ଯାଉ ଥିବା ବେଳେ ଆଜି ସିଭିଲ ସୋସାଇଟି ପକ୍ଷରୁ ଆଉ ଏକ ଦାବି ପତ୍ର ଆସନ୍ତା ତେର ତାରିଖରେ ଦିଆ ଯିବ. ଦୀର୍ଘ ବର୍ଷ ଧରି ଅନେକ ଘାତ ପ୍ରତିଘାତ ସହି ବଡ଼ବିଲ ସିଭିଲ ସୋସାଇଟି ଓ ବଡ଼ବିଲ ଜନସାଧାରଣ ଙ୍କ ଦ୍ୱାରା ଦାବି ହୋଇ ଆସୁଥିବା ରିଙ୍ଗ ରୋଡ଼ ଆସନ୍ତା ତେର ତାରିଖରେ ମାନ୍ୟବର ଓଡିଶା ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଶିଳା ନାଶ୍ୟ କରାଯିବା ର ଯୋଜନା ରହିଥିବା ସହ ବଡ଼ବିଲ କଳିଙ୍ଗ ଠାରେ ଏକ ବିରାଟ ସଭା ହବାର କାର୍ୟ୍ୟକ୍ରମ ରହିଛି ।

ଏହି ପରିପକ୍ଷୀ ରେ ବଡ଼ବିଲ ସିଭିଲ ସୋସାଇଟି ପକ୍ଷରୁ ଆଉ ଏକ ଦାବି ପତ୍ର ବଡ଼ବିଲ ବାଂଶପାଣି ରେଳ ସଂଯୋଗୀ କରଣ କରିବା ପାଇଁ ବଡ଼ବିଲ ବାସି ଓ ସିଭିଲ ସୋସାଇଟି ଦାବି ରହିଆସୁଛି । ଆଜି ବଡ଼ବିଲ ବିକାଶ ମହଲ ଠାରେ ସିଭିଲ ସୋସାଇଟି ର ସଦସ୍ୟ ବୁଦ୍ଧି ଜୀବି ମାନଙ୍କ ମଧ୍ୟରେ ଏକ ବୈଠକ ହୋଇ ଆଲୋଚନା କରାଯିବା ସହ ଆଗକୁ ବଡ଼ବିଲ ର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି କର୍ମକର୍ତା କହିଥିଲେ । ଏହି ସଭାରେ ବଡ଼ବିଲ ସମାଜ ସେବୀ ବିଜୟୀ ମହାନ୍ତି, ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ପରିମଲ ଚାଟାର୍ଜି, ଇନ୍ଦ୍ରଜିତ ଯାଦବ, ବସନ୍ତ ମହାନ୍ତ, ରସାନନ୍ଦ ବେହେରା, ରାଜେଶ ବିନନୀ, ରାମୁ କର୍ମକାର ଯୋଗ ଦେଇଥିଲେ।

 

Leave a Reply

Your email address will not be published. Required fields are marked *