ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର,୨୯/୦୩/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଆଜି (ତା ୨୯.୦୩.୨୦୨୫ରିଖ ଦିନ) ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ , ଏନ୍.ସି.ସି ଓ ଏନ୍.ଏସ୍.ଏସ୍ ର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଝୁମ୍ କୀ ରଥ ଶିବିର କୁ ଉଦଘାଟନ କରି ଛାତ୍ର ଛାତ୍ରୀଙ୍କୁ ରକ୍ତଦାନ ର ମହତ୍ବ ସମ୍ବନ୍ଧ ରେ ଅବଗତ କରାଇ ଥିଲେ । ଯୁବ ରେଡକ୍ରସ ର କାଉନସେଲର ଅଧ୍ୟାପିକା ଲେଖା ଦାସ ଶିବିର ସଂଯୋଜନା କରିଥିଲେ ଓ ଏନ୍.ସି.ସି ଅଫିସର ଡା. ସୁଜିତ ମିଶ୍ର , ଏନ୍,ଏସ୍.ଏସ୍ ର ପ୍ରୋଗ୍ରାମ ଅଫିସର ଡା. କଲ୍ୟାଣୀ ବିଶ୍ବାଳ, ଯୁବ ରେଡକ୍ରସ ସହଯୋଗୀ ପରାମର୍ଶଦାତା ମିଲନ୍ ତାହ୍ ସହଯୋଗ କରିଥିଲେ ।
ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖା, ବ୍ଲଡ ବ୍ୟାଙ୍କ ଦ୍ବାରା ପରିଚାଳିତ ଏହି ଶିବିର ରେ ସମୁଦାୟ ୬୭ ୟୁନିଟ ରକ୍ତ ସଂଗୃହୀତ ହୋଇ ଥିଲା। ଉକ୍ତ ଶିବିର ରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *