ଦଶରଥପୁର,୧୫/୧୦/୨୦୨୪ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଥାଲକୁଡ଼ି ପଞ୍ଚାୟତସ୍ତ ଦକ୍ଷିଣବନ୍ଧ ଉତ୍କଳଗୌରବ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ୨୦୦୮ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୨୦୦୮ ବ୍ୟାଚର ପୁରାତନ ଛାତ୍ର ଚିରଞ୍ଜୀବ ତପନ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ଶିକ୍ଷକ ନିରଞ୍ଜନ ସାମଲ, ଲାଲବିହାରୀ ସାହୁ, କପିଳ ଚରଣ ଦାସ,
କାଳନ୍ଦୀ ଚରଣ ପତି, ଜ୍ଞାନେନ୍ଦ୍ର ନାୟକ ଓ ବର୍ତମାନର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଆଲୋକ କୁମାର ଗିରି, ଚତୁର୍ଥ ଶ୍ରେଣୀ କର୍ମଚାରୀ କିରଣ ଚରଣ ନାୟକ, କୃପାସିନ୍ଧୁ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ।୨୦୦୮ ବ୍ୟାଚ ଛାତ୍ର ସ୍ବର୍ଗତ ରଶ୍ମିରଂଜନ ଦାସଙ୍କ ପାଇଁ ପ୍ରଥମେ ୧ ମିନିଟ ନିରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୁରାତନ ଛାତ୍ର ଛାତ୍ରୀ ମାନେ ଶିକ୍ଷକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବୋର୍ଦ୍ଧିତ କରିଥିଲା ବେଳେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା । ୨୦୦୮ ବ୍ୟାଚର ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିବାବେଳେ ନୀତେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଉତ୍କଳ ଗୌରବ ହାଇସ୍କୁଲ ୨୦୦୮ ବ୍ୟାଚର ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ
