କଟକ,୧୮/୧୧/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନ ସେବା ପ୍ରାଧୀକରଣ କଟକ ତରଫରୁ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଜଗତପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ଜଗତପୁରର ସଭାପତି ଦୁର୍ଯ୍ୟୋଧନ ରାଉତ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ଆଡିସନାଲ ଷ୍ଟାଣ୍ଡିଙ୍ଗ କାଉନସିଲ ସନ୍ତୋଷ କୁମାର ବ୍ରହ୍ମ ,ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ବିଜୟ କୁମାର ପଣ୍ଡା ଯୋଗ ଦେଇଥିଲେ।

ବରିଷ୍ଠ ନାଗରିକ ଭରଣ ପୋଷଣ, କଲ୍ୟାଣ ଆଇନ୍ ଉପରେ ଆଲୋଚନା କରାଯାଇଛି। ସ୍ଥାନୀୟ ୧୦୦ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ପିଏଲଭି ଲୋକନାଥ ଶତପଥୀ ଅଖୟ ନାୟକ ସଭା ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ବ୍ରଜବନ୍ଧୁ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା କାର୍ଯ୍ୟ ଶେଷ ହୋଇଥିଲା।
