ଯାଜପୁର,୦୭/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଆସନ୍ତା ତା ୨୬.୧୨.୨୦୨୪ ରିଖରେ ହେବାକୁ ଥିବା ଯୁବ ଉତ୍ସବ(ପଞ୍ଚପ୍ରାଣ) ୨୦୨୪-୨୫ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା ଯୁବବର୍ଗ ମଧ୍ୟରେ ଥିବା ପ୍ରତିଭାର ବିକାଶ ଓ ଉନ୍ମେଷ ଲାଗି ଏହା ଏକ ଉପଯୁକ୍ତ ମାଧ୍ୟମ ହୋଇଥିବାରୁ ଜିଲାର ଅଧିକରୁ ଅଧିକ ଯୁବବର୍ଗଙ୍କୁ ସାମିଲ କରିବା ଲାଗି ପରାମର୍ଶ ଦେଇଥିଲେ । ଆସନ୍ତା ଡ଼ିସେମ୍ବର ୨୬ ତାରିଖ ରେ ଏହି ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ପ୍ରତିଯୋଗୀଙ୍କ ମଧ୍ୟରେ ବିଜ୍ଞାନ ମେଳା ପ୍ରଦର୍ଶନୀ, ଯୁବା ଚିତ୍ରାଙ୍କନ ପ୍ରତିଯୋଗିତା, ଗୀତ ପଦ୍ୟ(ହିନ୍ଦୀ/ଇଂରାଜୀ), ଯୁବା ଲେଖକ ପ୍ରତିଯୋଗିତା, ଫଟୋଗ୍ରାଫି(ମୋବାଇଲ), ବକ୍ତୃତା ପ୍ରତିଯୋଗିତା, ଦଳଗତ ସଂସ୍କୃତି ପ୍ରତିଯୋଗିତା ନିମନ୍ତେ ପ୍ରତିଯୋଗୀ ଙ୍କର ବୟସ ୩୦, ସେପ୍ଟେମ୍ବର ସୁଦ୍ଧା ୨୦୨୪ ସୁଦ୍ଧା ୧୫ ବର୍ଷରୁ ୨୯ ବର୍ଷ ହୋଇଥିବା ଆବଶ୍ୟକ । ଏହି ଉତ୍ସବ ରେ ଉନ୍ନୀତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯିବ।
ଏହି ବୈଠକରେ ନେହେରୁ ଯୁବକେନ୍ଦ୍ର ର ୟୁଥ ଅଫିସର ବାସୁଦେବ ଦାସ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସୁରକ୍ଷା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, କ୍ରୀଡା ଅଧ୍ୟାପକ, ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଜିଲ୍ଲା ସଂଯୋଜକ(ସ୍କାଉଟ/ ଗାଇଡ) ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ କେନ୍ଦ୍ରମନ୍ତ୍ରୀ/ରାଜ୍ୟମନ୍ତ୍ରୀ ଯୋଗଦେବାର ସୂଚନା ଅଛି।