ନିଶ୍ଚିନ୍ତକୋଇଲି,୧୦/୦୪/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )- କଟକସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ର ଜନାର୍ଦ୍ଦନପୁର ଠାରେ ଅବସ୍ଥିତ ସରକାରୀ ହୋମିଓପ୍ୟାଥୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବିଶ୍ୱ ହୋମିଓପ୍ୟାଥୀ ଦିବସ ପାଳିତ ହୋଇଯାଇଛି । ହୋମିଓପ୍ୟାଥୀ ର ଜନକ ସାମୁଏଲ ହ୍ୟାନିମାନ ଙ୍କର ୨୭୧ ତମ ଜୟନ୍ତୀ ଅବସରରେ ଏହି ଦିବସ କୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଳନ କରାଯାଇଥିଲା ।
ହୋମିଓ ପ୍ୟାଥୀ ସ୍ୱାସ୍ଥ୍ୟ କେନ୍ଦ୍ରରମୁଖ୍ୟ ଚିକିତ୍ସାଧିକାରୀ ଡା.ଶ୍ରୀରାମ ପ୍ରସାଦ ପାଣ୍ଡେ ଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସମାଜସେବୀ ଧନୁର୍ଦ୍ଧର ସାହୁ, ଶିକ୍ଷାବିତ ରଶ୍ମୀକାନ୍ତ ସ୍ୱାଇଁ, ସମିତି ସଭ୍ୟ ରଞ୍ଜନ କୁମାର ବେହେରା ପ୍ରମୁଖ ଉଦବୋଧନ ଦେଇ ଗ୍ରାମାଞ୍ଚଳ ରେ ହୋମିଓପ୍ୟାଥୀ ଚିକିତ୍ସାର ମୂଲ୍ୟବୋଧ ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ । ହାଦ୍ୱାରା ତୁରନ୍ତ ଓ ସହଜ ଚିକିତ୍ସା ପଦ୍ଧତି ଦ୍ୱାରା ରୋଗୀ ମାନେ ଉପକୃତ ହୋଇପାରୁଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଚିକିତ୍ସା ସହାୟିକା ରଞ୍ଜିତା ସୋରେନ,ରାଜେଶ ବେହେରା, ପ୍ରତ୍ୟୁଷ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ । କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।
