କଟକ ସଦର,୦୯/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଳପଡା ପଞ୍ଚାୟତ ଟାଇଁକଣା ଗ୍ରାମରେ କୈବର୍ତ୍ତ ସମ୍ପ୍ରଦାୟଙ୍କ ପାରମ୍ପରିକ ଚୈତ୍ର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କୈବର୍ତ୍ତ କଳାକାର ମାନଙ୍କ ପକ୍ଷରୁ ପରିବେଷଣ ହୋଇଥିବା ଲୋକ କଳା ଘୋଡ଼ା ନାଚ ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିଲା। ଏଥିରେ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି, ଶିକ୍ଷାବିତ୍, ସମାଜସେବୀ ପ୍ରଫେସର ମନୋଜ ନାୟକ ଯୋଗ ଦେଇଥିବା ବେଳେ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ଚୈତ୍ର ସମ୍ମାନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
