କଟକ,୦୯/୦୪/୨୦୨୬(ଓଡିଶା ସମାଚାର / ଅଭୟ ଜେନା)-କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି ଆନୁକୂଲ୍ୟରେ କଟକ ଚୌଧୁରୀ ଵଜାରସ୍ଥିତ ମାରୁତି ମଣ୍ଡପ ଠାରେ ରାମଲୀଳା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ମାରୁତି ଶ୍ରୀ ଚୌଧୁରୀ କାଶୀନାଥ ମଲ୍ଲିକ, ସମ୍ପାଦକ ଦିଲ୍ଲୀପ ସ୍ୱାଇଁ, କୋଷାଧ୍ୟକ୍ଷ ମାରୁତି ଶ୍ରୀ ସନ୍ତୋଷ ମଲ୍ଲିକ, ଲୀଳାଧ୍ୟକ୍ଷ ଶିଵଦାସ ପୂର୍ଣ୍ଣଚନ୍ଦ୍ର ସିଂ, ଗୋପାଳଜୀୟୁ ମଠର ମହନ୍ତ ସୁଜନ କୁମାର ଦାଶ, ଡକ୍ଟର ରବି ରଞ୍ଜନ ସାହୁ, ସାମ୍ବାଦିକ କୈଳାସ ନାୟକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସମେତ ଵହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ଯୋଗ ଦେଇ ଆଜିର ସମାଜରେ ରାମ ନାମର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିଵା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବଶେଷରେ ଜୟ ମା’ ମଙ୍ଗଳା ରାମଲୀଳା ପ୍ରଚାର ସମିତି,ପାଇକ ସାହି ପକ୍ଷରୁ ‘ ଦରଦୀ ଦୁଃଖ ହାରି ଶ୍ରୀ ରଘୁମଣୀ ( ବାଳୀ ବଧ ) ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ନିମନ୍ତେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
