କାଳବୈଶାଖୀ ଅଦିନିଆ ବର୍ଷାରେ ଅନ୍ଧବର ପାଟରେ ଦୁଇଶହ ଏକର ମୁଗ ଫସଲ ନଷ୍ଟ 

ପାଟକୁରା ୦୮/୦୪/୨୦୨୬ (ଓଡିଶା ସମାଚାର )- ଆଜି ମଧ୍ୟାହ୍ନରେ ଗରଦପୁର, ପାଟକୁରା ଅଂଚଳରେ କାଳ ବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ଏହି ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତ ର ଅନ୍ଧବର ଗହୀର ସଂଲଗ୍ନ ବଙ୍ଗାରୀ, ବ୍ରହ୍ମପୁର, ବଜ୍ରବାଣ,ଅଣ୍ଢାଳ, ବଙ୍ଗାଳପୁର,ଚାଉଳିଆ ବାମରା, ପାଖଡ଼, ମେଳକ, ତଳକୁସୁମା ଆଦି ଗ୍ରାମର ପ୍ରାୟ ୨୦୦ ଏକର ମୁଗ ଚାଷ ଜମିରେ ପାଣି ଭର୍ତି ହୋଇଛି ।

ଫଳରେ ମୁଗ ଫସଲ ନଷ୍ଟ ହେବା ଆଶଙ୍କା ପ୍ରକାଶ ପାଇଛି । ପଦ୍ମପୁର, ପାଟକୁରା , ପାଖଡ଼ , ବେଡ଼ାରୀ, ଗରଦପୁର ଆଦି ଅଧିକାଂଶ ପଂଚାୟତରେ ମୁଗ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି । ଅନ୍ଧବର ପାଟରେ ଶହ ଶହ ଏକର ମୁଗ ଫସଲ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । କାଦୁଅ କିଆରୀ ରୁ ମୁଗ ଗଛ ଉପାଡ଼ି ଫସଲ ଅମଳ କରିବା ଚାଷୀଙ୍କ ପକ୍ଷରେ କଷ୍ଟକର ବିଷୟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନେ ଧାର କରଜ କରି ମୁଗ ଚାଷ କରିଥିଲେ କ୍ଷ ବର୍ଷା ନ ହୋଇଥିଲେ ମୁଗଫସଲ ଭଲ ଅମଳ ହୋଇଥାନ୍ତା କ୍ଷ ଅଦିନିଆ ବର୍ଷା ସବୁ ଆଶା ଭରଷାକୁ ଏପଟ ସେପଟ କରିଦେଲା ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି  ।

Leave a Reply

Your email address will not be published. Required fields are marked *