ଯାଜପୁର ରେ ନୂତନ ଜିଲାପାଳଙ୍କ ଯୋଗଦାନ ।

ଯାଜପୁର,୦୧/୦୨/୨୦୨୪ (ଓଡ଼ିଶା ସମାଚାର)-ରାଉରକେଲା ମହାନଗର ନିଗମ ଆୟୁକ୍ତ ଏବଂ ଅତିରିକ୍ତ ଦାୟିତ୍ୱରେ ଥିବା ରାଉରକେଲା ଅତିରିକ୍ତ ଜିଲାପାଳ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ରାଉରକେଲା ସ୍ମାର୍ଟ ସିଟି ଲିଃ. ଓ ସଚିବ, ରାଉରକେଲା ଉନ୍ନୟନ କର୍ତୃପକ୍ଷ ଡଃ ଶୁଭଙ୍କର ମହାପାତ୍ର, ଭା.ପ୍ର.ସେ., ଯାଜପୁରରେ ନୂତନ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଭାବେ ଯୋଗଦାନ କରିଛନ୍ତି । ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦର୍ଶନ ସାରି ଜିଲା କାର୍ଯ୍ୟାଳୟରେ ପହଂଚିବା ସହ ଭାରପ୍ରାପ୍ତ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଶୁଭେନ୍ଦ୍ର କୁମାର ସମାଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ଜିଲାପାଳଙ୍କୁ ଜିଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *